News Room Odisha
BREAKING
Odia

ଆବଶ୍ୟକ ପରିମାଣ ଯକ୍ଷ୍ମା ଔଷଧ ଯୋଗାଣ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର – ଓଡ଼ିଶାକୁ ଆବଶ୍ୟକ ପରିମାଣର ଯକ୍ଷ୍ମା ଔଷଧ ଯୋଗାଇଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ କହିଛନ୍ତି। ରାଜ୍ୟରେ ଯକ୍ଷ୍ମା ଔଷଧର ଅଭାବ ଥିବା ଦର୍ଶାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି। ଗତବର୍ଷ ଫେବ୍ରୁଆରୀ ମାସଠାରୁ ଓଡିଶାକୁ ଯକ୍ଷ୍ମା ନିରାକରଣ ଔଷଧ ଆବଶ୍ୟକ ପରିମାଣରେ ଆସୁନାହିଁ। ଏଥିଯୋଗୁଁ ରାଜ୍ୟରେ ଜାତୀୟ ଯକ୍ଷ୍ମା ଦୂରୀକରଣ କାର୍ଯ୍ୟକ୍ରମ ( ଏନଟିଇପି) କାର୍ଯ୍ୟକାରିତାରେ ବାଧା ସୃଷ୍ଟି ହେଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ [...]

Admin•April 23, 2024
Share Article:

ଭୁବନେଶ୍ୱର – ଓଡ଼ିଶାକୁ ଆବଶ୍ୟକ ପରିମାଣର ଯକ୍ଷ୍ମା ଔଷଧ ଯୋଗାଇଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ କହିଛନ୍ତି। ରାଜ୍ୟରେ ଯକ୍ଷ୍ମା ଔଷଧର ଅଭାବ ଥିବା ଦର୍ଶାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି। ଗତବର୍ଷ ଫେବ୍ରୁଆରୀ ମାସଠାରୁ ଓଡିଶାକୁ ଯକ୍ଷ୍ମା ନିରାକରଣ ଔଷଧ ଆବଶ୍ୟକ ପରିମାଣରେ ଆସୁନାହିଁ। ଏଥିଯୋଗୁଁ ରାଜ୍ୟରେ ଜାତୀୟ ଯକ୍ଷ୍ମା ଦୂରୀକରଣ କାର୍ଯ୍ୟକ୍ରମ ( ଏନଟିଇପି) କାର୍ଯ୍ୟକାରିତାରେ ବାଧା ସୃଷ୍ଟି ହେଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ। ଏପରିକି ସ୍ଥାନୀୟ ବଜାରରେ ମଧ୍ୟ ଯକ୍ଷ୍ମା ନିରାକରଣ ଔଷଧ ଉପଲବ୍ଧ ହେଉନାହିଁ। ରାଜ୍ୟରେ ଯକ୍ଷ୍ମା ଔଷଧ ଅଭାବ ନେଇ ଆଗରୁ ବି ଦୃଷ୍ଟି ଆକର୍ଷଣ କରାଯାଇଛି । ରାଜ୍ୟରେ ଔଷଧ ଅଭାବ ଦୂର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତୁରନ୍ତ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୁରୋଧ କରିଛନ୍ତି ।

#Odia#Odisha#News
Share Article:

Related Articles