News Room Odisha
BREAKING
Odia

ଆଜି ହିଞ୍ଜିଳିରୁ ନିର୍ବାଚନ ପ୍ରଚାରର ଶଙ୍ଖନାଦ କରିବେ ବିଜେଡି ସୁପ୍ରିମୋ

ବ୍ରହ୍ମପୁର: ଆଜିଠୁ ଆରମ୍ଭ ହେବ ବିଜେଡିର ନିର୍ବାଚନୀ ପ୍ରଚାର ଅଭିଯାନ। ଖୋଦ୍ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ଓ ଶେରଗଡ଼ ବ୍ଲକରୁ ନିର୍ବାଚନୀ ପ୍ରଚାରର ଶଙ୍ଖନାଦ କରିବେ। ଯେପରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଶଙ୍ଖନାଦ ସହ‌ ପାଣ୍ଡବମାନେ କୈ।ରବଙ୍କ ଉପରେ ବିଜୟ ଲାଭ କରିଥିଲେ ସେହିପରି ବିରୋଧୀଙ୍କ ଉପରେ ଭୋଟ ଲଢେଇରେ ବିଜୟୀ ହେବାକୁ ପ୍ରଚାରର ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ୫ଟି ତଥା ନବୀନ ଓଡ଼ିଶା [...]

Admin•April 24, 2024
Share Article:

ବ୍ରହ୍ମପୁର: ଆଜିଠୁ ଆରମ୍ଭ ହେବ ବିଜେଡିର ନିର୍ବାଚନୀ ପ୍ରଚାର ଅଭିଯାନ। ଖୋଦ୍ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ଓ ଶେରଗଡ଼ ବ୍ଲକରୁ ନିର୍ବାଚନୀ ପ୍ରଚାରର ଶଙ୍ଖନାଦ କରିବେ। ଯେପରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଶଙ୍ଖନାଦ ସହ‌ ପାଣ୍ଡବମାନେ କୈ।ରବଙ୍କ ଉପରେ ବିଜୟ ଲାଭ କରିଥିଲେ ସେହିପରି ବିରୋଧୀଙ୍କ ଉପରେ ଭୋଟ ଲଢେଇରେ ବିଜୟୀ ହେବାକୁ ପ୍ରଚାରର ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିବେ।

ବିଜେଡି ସୁପ୍ରିମୋ ପ୍ରଥମେ ହିଞ୍ଜିଳି ବ୍ଲକ୍ ସମରଝୋଳ ନିକଟରେ ଏକ ସମାବେଶରେ ଯୋଗଦେବେ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବାର୍ତ୍ତା ଦେବା ସହ ଦଳର ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଯୋଡ଼ି ଶଙ୍ଖରେ ବା ଶଙ୍ଖ ଚିହ୍ନରେ ଦୁଇ ଥର ବଟନ୍ ଚିପିବାକୁ ନିବେଦନ କରିବେ। ଏହାପରେ ସେ ଶେରଗଡ଼ ଯାଇ ସେଠାକାର ଜନତାଙ୍କୁ ମଧ୍ୟ ଉଦବୋଧନ ଦେଇ ବିଜେଡି ପାଇଁ ଭୋଟ ରୂପୀ ମତଦାତାଙ୍କ ଆଶୀର୍ବାଦ ଲୋଡ଼ିବେ। ଏଥିପାଇଁ ବିଜେଡି ମହଲରେ ଭରପୁର ଉତ୍ସାହ ଦେଖିବାକୁ ମିଳିଛି।

#Odia#Odisha#News
Share Article:

Related Articles