News Room Odisha
BREAKING
Odia

ନିର୍ବାଚନ ପ୍ରଚାର : ଆଜି ସୋନପୁରରେ ବିଜେପି ରାଲିରେ ଯୋଗ ଦେବେ ଅମିତ ଶାହା

ଭୁବନେଶ୍ୱର – ଗ୍ରୀଷ୍ମ ତାତି ସହ ରାଜ୍ୟରେ ନିର୍ବାଚନୀ ଉଷ୍ମତା ବି ବଢ଼ିବାରେ ଲାଗିଛି । ନିର୍ବାଚନ ପ୍ରଚାର ଧୀରେ ଧୀରେ ଜମିବାରେ ଲାଗିଛି । ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପେନର ପ୍ରଚାର ମଇଦାନକୁ ଓହ୍ଲାଇଲେଣି । ବିଜେଡି ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ବିଜେଡିର ଶକ୍ତି ପ୍ରଦର୍ଶନ ସହ ବିଜୟ ଅଭିଯାନର ଶଙ୍ଖନାଦ କରିଛନ୍ତି । ଏଣେ ଆଜି ବିଜେପିର ଷ୍ଟାର କ୍ୟାମ୍ପେନର ତଥା କେନ୍ଦ୍ର ଗୃହ ମନ୍ତ୍ରୀ [...]

Admin•April 25, 2024
Share Article:

ଭୁବନେଶ୍ୱର – ଗ୍ରୀଷ୍ମ ତାତି ସହ ରାଜ୍ୟରେ ନିର୍ବାଚନୀ ଉଷ୍ମତା ବି ବଢ଼ିବାରେ ଲାଗିଛି । ନିର୍ବାଚନ ପ୍ରଚାର ଧୀରେ ଧୀରେ ଜମିବାରେ ଲାଗିଛି । ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପେନର ପ୍ରଚାର ମଇଦାନକୁ ଓହ୍ଲାଇଲେଣି । ବିଜେଡି ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ବିଜେଡିର ଶକ୍ତି ପ୍ରଦର୍ଶନ ସହ ବିଜୟ ଅଭିଯାନର ଶଙ୍ଖନାଦ କରିଛନ୍ତି । ଏଣେ ଆଜି ବିଜେପିର ଷ୍ଟାର କ୍ୟାମ୍ପେନର ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦଳର ପ୍ରଚାରକୁ ବଳ ଦେବା ପାଇଁ ଆଜି ଓଡ଼ିଶା ଆସୁଛନ୍ତି। ସେ ସୋନପୁରରେ ବିଜେପି ନିର୍ବାଚନୀ ରାଲିରେ ଯୋଗ ଦେବେ । ରାଜ୍ୟରେ ବିଜେପିର ନିର୍ବାଚନ ପ୍ରଚାର କାର୍ଯ୍ୟ ପାଇଁ ଅମିତ ଶାହାଙ୍କ ଏହା ପ୍ରଥମ ଗସ୍ତ ।

#Odia#Odisha#News
Share Article:

Related Articles