ନବରଙ୍ଗପୁର ଜିଲ୍ଲାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର
ଭୁବନେଶ୍ୱର – ଦକ୍ଷିଣ ଓଡ଼ିଶାରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳ ପାଇଁ ପ୍ରଚାର ଜାରି ରଖିଛନ୍ତି । ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରିଛନ୍ତି ପାଣ୍ଡିଆନ । ଉମରକୋଟରେ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିକାଶ କାମର ହିସାବ ଦେଇଛନ୍ତି ।ସେ କହିଛନ୍ତି ଯେ, ଉମରକୋଟରେ ୨୧୨ କୋଟି ଟଙ୍କାର ବିକାଶ କାମ ଚାଲିଛି । ପେଣ୍ଡେରାଣୀ ମନ୍ଦିର କାମ ଶେଷ [...]
ଭୁବନେଶ୍ୱର – ଦକ୍ଷିଣ ଓଡ଼ିଶାରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳ ପାଇଁ ପ୍ରଚାର ଜାରି ରଖିଛନ୍ତି । ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରିଛନ୍ତି ପାଣ୍ଡିଆନ ।
ଉମରକୋଟରେ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରି
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିକାଶ କାମର ହିସାବ ଦେଇଛନ୍ତି ।ସେ କହିଛନ୍ତି ଯେ, ଉମରକୋଟରେ ୨୧୨ କୋଟି ଟଙ୍କାର ବିକାଶ କାମ ଚାଲିଛି । ପେଣ୍ଡେରାଣୀ ମନ୍ଦିର କାମ ଶେଷ ହୋଇଛି । ୩ କୋଟି ଟଙ୍କାରେ ଶିବ ମନ୍ଦିର ରାସ୍ତା ଚାଲିଛି । କିଡ୍ନୀ ରୋଗ ଚିକିତ୍ସା ପାଇଁ ଉମରକୋଟରେ ଡାଇଲିସିସ ସେଣ୍ଟର ଖୋଲିଛି । ୫୦ କୋଟିରେ ୫ଟି ରାସ୍ତା କାମ ଚାଲିଛି ।
ମୁଖ୍ୟମନ୍ତ୍ରୀଙ୍କର ବିଶାଳ ହୃଦୟ ।
ଜନଜାତି ଭାଇ ଭଉଣୀମାନଙ୍କ ପାଇଁ ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ପାଣ୍ଡିଆନ କହିଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ପଛରେ ଦୃଢ ଭାବରେ ଠିଆ ହୋଇଛନ୍ତି ।
ଓଡ଼ିଶାର କେନ୍ଦ୍ର ମନ୍ତ୍ରୀ ବିଏସକେୱ।ଇକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ର ନେତା କେବଳ ବଡ ବଡ କଥା କୁହନ୍ତି । ସେ ଚାହିଁଥିଲେ ନଵରଙ୍ଗପୁରରେ ଦୁଇ ତିନିଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରି ଥାନ୍ତେ । କେନ୍ଦ୍ର ମନ୍ତ୍ରୀ ଆସିଲେ ତାଙ୍କୁ ଏ ବିଷୟରେ ପ୍ରଶ୍ନ କରିବାକୁ ପାଣ୍ଡିଆ ନ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟ ସରକାର ୫-ଟିରେ ୮୦୦୦ ସ୍କୁଲର ରୂପାନ୍ତର କରିଛନ୍ତି ବୋଲି ସେ ଜନସଭାରେ କହିଥିଲେ । ମହିଳା ସଶକ୍ତିକରଣକୁ କେନ୍ଦ୍ର ମନ୍ତ୍ରୀ ବିରୋଧ କରୁଛନ୍ତି ବୋଲି ମଧ୍ୟ ସେ କହିଥିଲେ। ମିଶନ ଶକ୍ତି ମା’ ମାନଙ୍କ ଦୁବାଇ ଗସ୍ତକୁ ଷଡଯନ୍ତ୍ର କରି ବନ୍ଦ କରିଦିଆଗଲା ବୋଲି ଅଭିଯୋଗ କରିଛନ୍ତି ପାଣ୍ଡିଆ ନ ।
ମୁଖ୍ୟମନ୍ତ୍ରୀ ଲୋକଙ୍କ ସୁଖ ଦୁଃଖରେ ଅଛନ୍ତି । ଯୋଡି ଶଙ୍ଖରେ ଭୋଟ ଦେଇ ତାଙ୍କୁ ଆଶୀର୍ବାଦ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ପାଣ୍ଡିଆନ ।
Kartik Pandian Campaigns in Nabarangpur
Next Articleଗ୍ରୀଷ୍ମ ପ୍ରବାହ: ସାଢେ ୨ ସୁଦ୍ଧା ୭ ସହରର ତାପମାତ୍ରା ୪୦ ଉପରେ, ୪୩ .୫ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
