ବିଜେଡିରେ ଯୋଗଦେଲେ ସୋରଡ଼ା ବିଜେପି ଉପସଭାପତି
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବିଜେପି ଗୋଟିଏ ପଟେ ଅସନ୍ତୁଷ୍ଟ ଓ ବିଦ୍ରୋହୀ ନେତାଙ୍କୁ ନେଇ ଘାଣ୍ଟିଚକଟି ହେଉଛି ତ ଆରପଟେ ଜଣକ ପରେ ଜଣେ ନେତା ନିର୍ବାଚନ ପୂର୍ବରୁ ଦଳ ତ୍ୟାଗ କରିବା ପାର୍ଟି ପାଇଁ ଅଡ଼ୁଆ ବଢ଼ାଉଛି। ବିଜେପି ଦଳରେ ଅଣଦେଖା ଓ ପାର୍ଟିର ନୀତି ନିଷ୍ପତ୍ତିରେ ଅସନ୍ତୁଷ୍ଟ ନେତାଏ ଏବେ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣମୂଳକ ଯୋଜନା, ସ୍ବାଭିମାନୀ- ସଶକ୍ତ- ନବୀନ ଓଡ଼ିଶା ଗଠନର ସଂକଳ୍ପ ପ୍ରତି ଆକୃଷ୍ଟ ହେଉଛନ୍ତି। [...]
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବିଜେପି ଗୋଟିଏ ପଟେ ଅସନ୍ତୁଷ୍ଟ ଓ ବିଦ୍ରୋହୀ ନେତାଙ୍କୁ ନେଇ ଘାଣ୍ଟିଚକଟି ହେଉଛି ତ ଆରପଟେ ଜଣକ ପରେ ଜଣେ ନେତା ନିର୍ବାଚନ ପୂର୍ବରୁ ଦଳ ତ୍ୟାଗ କରିବା ପାର୍ଟି ପାଇଁ ଅଡ଼ୁଆ ବଢ଼ାଉଛି। ବିଜେପି ଦଳରେ ଅଣଦେଖା ଓ ପାର୍ଟିର ନୀତି ନିଷ୍ପତ୍ତିରେ ଅସନ୍ତୁଷ୍ଟ ନେତାଏ ଏବେ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣମୂଳକ ଯୋଜନା, ସ୍ବାଭିମାନୀ- ସଶକ୍ତ- ନବୀନ ଓଡ଼ିଶା ଗଠନର ସଂକଳ୍ପ ପ୍ରତି ଆକୃଷ୍ଟ ହେଉଛନ୍ତି। ସେହି କ୍ରମରେ ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେପି ଉପସଭାପତି ସନ୍ତୋଷ କୁମାର ଦାସ ନିଜର ଶତାଧିକ ଅନୁଗାମୀ ଓ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ଭୁବନେଶ୍ଵର ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର, ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ସୋରଡ଼ା ବିଧାୟିକା ପ୍ରାର୍ଥିନୀ ସଂଘମିତ୍ରା ସ୍ବାଇଁ, ବର୍ତ୍ତମାନର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ଉପସ୍ଥିତିରେ ସନ୍ତୋଷ ବିଜେଡି ସାମିଲ ହୋଇଛନ୍ତି। ସନ୍ତୋଷ ଓ ତାଙ୍କର ସମର୍ଥକମାନଙ୍କୁ ଉପଢୌକନ ଦେଇ ବିଜେଡିକୁ ବିଧିବଦ୍ଧ ଭାବେ ସ୍ବାଗତ ଜଣାଇଥିଲେ। ଏହାଦ୍ବାରା ଗଞ୍ଜାମ ଜିଲ୍ଲା ବିଶେଷ କରି ସୋରଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ଶକ୍ତିରେ ବେଶ୍ ବୃଦ୍ଧି ପାଇଛି ବୋଲି ଦଳୀୟ ନେତୃବୃନ୍ଦ ଆଶାବ୍ୟକ୍ତ କରିଛନ୍ତି।
ସନ୍ତୋଷ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ଜନ କଲ୍ୟାଣକାରୀ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଛି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ଵ ଦେବେ ତାକୁ ସୂଚାରୁ ରୂପେ ତୁଲାବି।
ନୂଆପଡାରେ ବିଜେଡିର ନିର୍ବାଚନ ପ୍ରଚାର, ବରିଷ୍ଠ ନେତା ପାଣ୍ଡିଆନ ଦେଲେ ନବୀନ ସରକାରର ବିକାଶ କାର୍ଯ୍ୟର ହିସାବ
Next ArticleKartik Pandian’s Nuapada Campaigning: Mega Roadshow Shows Khariar People’s Affection to Naveen
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
