News Room Odisha
BREAKING
Odia

ନିର୍ବାଚନ ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଓ ନଡ୍ଡା

ଭୁବନେଶ୍ୱର – ଓଡ଼ିଶାରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ତାତି ବଢିବା ସହ ପ୍ରଚାର ଉଷ୍ମତା ବି ବଢ଼ିବାରେ ଲାଗିଛି। ବିଜେଡି ଓ ବିଜେପି ପ୍ରଚାର କାର୍ଯ୍ୟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ପଛରେ ପଡ଼ିଯାଇଛି। କଂଗ୍ରେସର ନିର୍ବାଚନ ପ୍ରଚାରକୁ ଗତି ଦେବା ପାଇଁ ଆଜି ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି।ରାହୁଲ ସାଢ଼େ ୧୧ଟାରେ ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ସେ କଟକ ସତ୍ୟଭାମାପୁରକୁ ଯାଇ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସତ୍ୟଭାମାପୁର ପରେ ରାହୁଲ [...]

Admin•April 28, 2024
Share Article:

ଭୁବନେଶ୍ୱର – ଓଡ଼ିଶାରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ତାତି ବଢିବା ସହ ପ୍ରଚାର ଉଷ୍ମତା ବି ବଢ଼ିବାରେ ଲାଗିଛି। ବିଜେଡି ଓ ବିଜେପି ପ୍ରଚାର କାର୍ଯ୍ୟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ପଛରେ ପଡ଼ିଯାଇଛି। କଂଗ୍ରେସର ନିର୍ବାଚନ ପ୍ରଚାରକୁ ଗତି ଦେବା ପାଇଁ ଆଜି ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି।ରାହୁଲ ସାଢ଼େ ୧୧ଟାରେ ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ସେ କଟକ ସତ୍ୟଭାମାପୁରକୁ ଯାଇ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସତ୍ୟଭାମାପୁର ପରେ ରାହୁଲ ସାଲେପୁର ଯାଇ ସେଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ପାଇଁ ବ୍ରହ୍ମପୁରରେ ପ୍ରସ୍ତୁତି ହୋଇଛି । ସେ ବ୍ରହ୍ମପୁର ଆମ୍ବପୁଆରେ ଦଳ ପକ୍ଷରୁ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧନ କରିବେ । ନଡ୍ଡା ସାଢ଼େ ୪ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ସ୍ୱତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଯାଇ ସନ୍ଧ୍ୟା ସାଢ଼େ ୫ଟାରେ ବ୍ରହ୍ମପୁର ଆମ୍ବପୁଆରେ ଜନସଭାକୁ ସମ୍ବୋଧିତ କରିବେ ।୬ଟା ୪୫ରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକରେ ଯୋଗଦେବେ ନଡ୍ଡା ।

#Odia#Odisha#News
Share Article:

Related Articles