News Room Odisha
BREAKING
Odia

ରେଡ୍ ଆଲର୍ଟ ମଧ୍ୟରେ ସାଢେ ୧୧ ସୁଦ୍ଧା ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ଵର -ଗ୍ରୀଷ୍ମର ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ରାଜ୍ୟବାସୀ। ଗ୍ରୀଷ୍ମ ପ୍ରବାହରେ ପରିସ୍ଥିତି ଅତି ଗମ୍ଭୀର ହୋଇଛି । ଆଜି ସାଢେ ୧୧ ସୁଦ୍ଧା ୪୧ ଡିଗ୍ରୀ ସେଲସିୟସ ଟପିଛି ଭୁବନେଶ୍ଵରର ତାପମାତ୍ରା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରେଡ୍ ଆଲର୍ଟ ମଧ୍ୟରେ ଆଜି ଦିନ ସାଢେ ୧୧ ସୁଦ୍ଧା ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବାଧିକ ତାପମାତ୍ରା ୪୧.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବାଲେଶ୍ଵରରେ ୪୦.୭, ଚାନ୍ଦବାଲିରେ ୪୦.୨ , କେନ୍ଦୁଝରରେ [...]

Admin•April 28, 2024
Share Article:

ଭୁବନେଶ୍ଵର -ଗ୍ରୀଷ୍ମର ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ରାଜ୍ୟବାସୀ। ଗ୍ରୀଷ୍ମ ପ୍ରବାହରେ ପରିସ୍ଥିତି ଅତି ଗମ୍ଭୀର ହୋଇଛି । ଆଜି ସାଢେ ୧୧ ସୁଦ୍ଧା ୪୧ ଡିଗ୍ରୀ ସେଲସିୟସ ଟପିଛି ଭୁବନେଶ୍ଵରର ତାପମାତ୍ରା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରେଡ୍ ଆଲର୍ଟ ମଧ୍ୟରେ ଆଜି ଦିନ ସାଢେ ୧୧ ସୁଦ୍ଧା ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବାଧିକ ତାପମାତ୍ରା ୪୧.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବାଲେଶ୍ଵରରେ ୪୦.୭, ଚାନ୍ଦବାଲିରେ ୪୦.୨ , କେନ୍ଦୁଝରରେ ୪୦, ଝାରସୁଗୁଡାରେ ୩୯.୫ , ସମ୍ବଲପୁରରେ ଓ ରାଉରକେଲାରେ ୩୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଭୁବନେଶ୍ୱର ଓ କଟକକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ରେଡ୍ ଆଲର୍ଟ ଓ ୧୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ମେ’ ୨ ତାରିଖ ଯାଏଁ ରାଜ୍ୟରେ ପ୍ରଖର ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

#Odia#Odisha#News
Share Article:

Related Articles