News Room Odisha
BREAKING
Odia

ଆସନ୍ତା କାଲି ମୁଖ୍ୟମନ୍ତ୍ରୀ କରିବେ ନାମାଙ୍କନ: ବିଜେଡି ନେତା ଓ କର୍ମୀ ଉତ୍ସାହିତ

ଛତ୍ରପୁର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ହିଞ୍ଜିଳି ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ଦାଖଲ କରିବେ। ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଇ ସେ ଷଷ୍ଠ ଥର ପାଈଁ ହିଞ୍ଜିଳି ବିଧାନସଭା ଆସନରୁ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ଏ ନେଇ ବିଜେଡି ନେତା, କର୍ମୀ ଓ ନିର୍ବାଚିତ ପ୍ରତିନିଧି ମହଲରେ ଉତ୍ସାହ ଦ୍ଵିଗୁଣିତ ପରିଲକ୍ଷିତ ହୋଇଛି। ସପ୍ତାହକ ମଧ୍ୟରେ ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ବିତୀୟ ଗଞ୍ଜାମ ଗସ୍ତ। ଗତ ବୁଧବାର ସେ [...]

Admin•April 29, 2024
Share Article:

ଛତ୍ରପୁର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ହିଞ୍ଜିଳି ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ଦାଖଲ କରିବେ। ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଇ ସେ ଷଷ୍ଠ ଥର ପାଈଁ ହିଞ୍ଜିଳି ବିଧାନସଭା ଆସନରୁ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ଏ ନେଇ ବିଜେଡି ନେତା, କର୍ମୀ ଓ ନିର୍ବାଚିତ ପ୍ରତିନିଧି ମହଲରେ ଉତ୍ସାହ ଦ୍ଵିଗୁଣିତ ପରିଲକ୍ଷିତ ହୋଇଛି। ସପ୍ତାହକ ମଧ୍ୟରେ ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ବିତୀୟ ଗଞ୍ଜାମ ଗସ୍ତ। ଗତ ବୁଧବାର ସେ ହିଞ୍ଜିଳି ଓ ଶେରଗଡ଼ ବ୍ଲକ୍ ଗସ୍ତ କରି ବିଜେଡି ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ମୁତାବକ ସେ ଓ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ମଙ୍ଗଳବାର ପୂର୍ବାହ୍ନ ୧୦.୨୫ରେ ଭୁବନେଶ୍ବର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ଆସି ୧୧ଟାରେ ତାରାତାରିଣୀ ପୀଠ ନିକଟ ନରସିଂହପୁର ଛକରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ସଡ଼କ ପଥରେ ଯାଇ ମା’ ତାରାତାରିଣୀଙ୍କ ଦର୍ଶନ କରିବା ପରେ ହେଲିକପ୍ଟର ଯୋଗେ ଛତ୍ରପୁର ଅନସ୍ଲୋ ଖେଳ ପଡ଼ିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ। ପରେ ଛତ୍ରପୁର ସର୍କିଟ୍ ହାଉସରୁ ବାହାରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ପୃକ୍ତ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିବେ। ଏହାପରେ ସେ ଭୁବନେଶ୍ୱର ଫେରିଯିବେ ବୋଲି ଜଣାପଡ଼ିଛି।

ତାଙ୍କର ଏହି ଗସ୍ତ ନେଇ ଗଞ୍ଜାମ ଜିଲ୍ଲା ବିଜେଡି ମହଲରେ ଭରପୁର ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ମଧ୍ୟ ଲୋକେ ଏହି ଦିନକୁ ଅପେକ୍ଷା କରି ରହିଛନ୍ତି। ଇତି ମଧ୍ୟରେ ଶେରଗଡ଼ରେ ବିଜେଡି ନିର୍ବାଚନ କାର୍ଯ୍ୟାଳୟ ଉଦଘାଟିତ ହୋଇ ପ୍ରଚାର ଅଭିଯାନ ତ୍ବରାନ୍ବିତ କରାଯାଉଛି। ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଲଗାତାର ଭାବେ ଏହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ଏଥର ତାଙ୍କ ଭୋଟ ସଂଖ୍ୟା ଏକ ଲକ୍ଷ ପାର କରାଇ ତାଙ୍କୁ ବିପୁଳ ବ୍ୟବଧାନରେ ବିଜୟୀ କରାଇ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଆସୀନ କରାଇବାକୁ ହିଞ୍ଜିଳି ଓ ଶେରଗଡ଼ ବ୍ଲକ୍ ତଥା ପୈ।ରାଞ୍ଚଳର ବିଜେଡି ନେତା, କର୍ମୀ ଓ ନିର୍ବାଚିତ ପ୍ରତିନିଧି ଅଣ୍ଟା ଭିଡ଼ିଛନ୍ତି।

#Odia#Odisha#News
Share Article:

Related Articles