News Room Odisha
BREAKING
Odia

ନିର୍ବାଚନ ପୂର୍ବରୁ ନୂଆପଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର – ନିର୍ବାଚନ ପୂର୍ବରୁ ନୂଆପଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ। ଆଜି ନୂଆପଡା ଗସ୍ତ କରି ଜିଲ୍ଲାରେ ବାମ ଉଗ୍ରବାଦ ସ୍ଥିତି ନେଇ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଡିଜିପି। ଆଗାମୀ ସାଧାରଣ ନିର୍ବାଚନ କିପରି ମୁକ୍ତ ଓ ଅବାଧ ହୋଇପାରିବ, ସେଥିପାଇଁ ପୋଲିସ ପ୍ରଶାସନର ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଥିଲେ ଡିଜିପି । ସୀମାନ୍ତରେ ମାଓ କାର୍ଯ୍ୟକଳାପ ଉପରେ କଡା ନଜର ରଖିବାକୁ ପୋଲିସକୁ [...]

Admin•April 29, 2024
Share Article:

ଭୁବନେଶ୍ୱର – ନିର୍ବାଚନ ପୂର୍ବରୁ ନୂଆପଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ। ଆଜି ନୂଆପଡା ଗସ୍ତ କରି ଜିଲ୍ଲାରେ ବାମ ଉଗ୍ରବାଦ ସ୍ଥିତି ନେଇ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଡିଜିପି। ଆଗାମୀ ସାଧାରଣ ନିର୍ବାଚନ କିପରି ମୁକ୍ତ ଓ ଅବାଧ ହୋଇପାରିବ, ସେଥିପାଇଁ ପୋଲିସ ପ୍ରଶାସନର ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଥିଲେ ଡିଜିପି । ସୀମାନ୍ତରେ ମାଓ କାର୍ଯ୍ୟକଳାପ ଉପରେ କଡା ନଜର ରଖିବାକୁ ପୋଲିସକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।

#Odia#Odisha#News
Share Article:

Related Articles