News Room Odisha
BREAKING
Odia

ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ

କଟକ – ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ମେ’ ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିଛି । ଉତ୍ତର ଖାତା ମୂଲ୍ୟାଙ୍କନ ତ୍ରୁଟି ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଥିବା ସୂଚନା ମିଳିଛି। ଏଥର ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ପରୀକ୍ଷା ଫଳ ପ୍ରକାଶ ପାଇବାର ଦିନକ ମଧ୍ୟରେ ଛାତ୍ରଛାତ୍ରୀ ବୋର୍ଡ ୱେବ୍‌ସାଇଟ୍‌ରୁ [...]

Admin•April 30, 2024
Share Article:

କଟକ – ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ମେ’ ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିଛି । ଉତ୍ତର ଖାତା ମୂଲ୍ୟାଙ୍କନ ତ୍ରୁଟି ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଥିବା ସୂଚନା ମିଳିଛି। ଏଥର ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ପରୀକ୍ଷା ଫଳ ପ୍ରକାଶ ପାଇବାର ଦିନକ ମଧ୍ୟରେ ଛାତ୍ରଛାତ୍ରୀ ବୋର୍ଡ ୱେବ୍‌ସାଇଟ୍‌ରୁ ଡିଜିଟାଲ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ କରିବେ। ଏଥିଲାଗି ଆଡମିଟ୍‌ କାର୍ଡର ନକଲ ପ୍ରଦାନ କରିବାକୁ ପଡିବ। ଡିଜିଟାଲ ସାର୍ଟିଫିକେଟ ସମସ୍ତ କ୍ଷେତ୍ରରେ ଗ୍ରହଣୀୟ ହେବ।

ଏ ବର୍ଷ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ପରୀକ୍ଷା ହୋଇଥିଲା। ୫ ଲକ୍ଷ ୫୧ ହଜାର ୬୧୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରଥମଥର ନିମନ୍ତେ ବୋର୍ଡ ଦ୍ୱାରା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ମାଧ୍ୟମରେ ପରୀକ୍ଷା ପରିଚାଳନା କରାଯାଇଥିଲା।

#Odia#Odisha#News
Share Article:

Related Articles