News Room Odisha
BREAKING
Odia

ସଲମାନ ଖାନ ଗୁଳିକାଣ୍ଡ ମାମଲାର ଅଭିଯୁକ୍ତଙ୍କ ପୋଲିସ ହାଜତରେ ଆତ୍ମହତ୍ୟା

ମୁମ୍ବାଇ: ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାର ଜଣେ ଅଭିଯୁକ୍ତ ପୋଲିସ ହାଜତରେ ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କ ନାମ ଅନୁଜ ଥାପନ୍। ମୁମ୍ବାଇ ପୋଲିସ ମୁଖ୍ୟାଳୟରେ ଥିବା କ୍ରାଇମ ବ୍ରାଞ୍ଚ ହାଜତରେ ତାଙ୍କୁ ଜେରା ପାଇଁ ରଖାଯାଇଥିଲା। ବୁଧବାର ସେ ହାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତାକୁ ଗୁରୁତର ଅବସ୍ଥାରେ ସେଣ୍ଟ୍ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ସଲମାନ ଖାନଙ୍କ [...]

Admin•May 1, 2024
Share Article:

ମୁମ୍ବାଇ: ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାର ଜଣେ ଅଭିଯୁକ୍ତ ପୋଲିସ ହାଜତରେ ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କ ନାମ ଅନୁଜ ଥାପନ୍। ମୁମ୍ବାଇ ପୋଲିସ ମୁଖ୍ୟାଳୟରେ ଥିବା କ୍ରାଇମ ବ୍ରାଞ୍ଚ ହାଜତରେ ତାଙ୍କୁ ଜେରା ପାଇଁ ରଖାଯାଇଥିଲା। ବୁଧବାର ସେ ହାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତାକୁ ଗୁରୁତର ଅବସ୍ଥାରେ ସେଣ୍ଟ୍ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି ।

ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟାଇଥିବା ଅଭିଯୁକ୍ତଙ୍କୁ ପିସ୍ତଲ ଦେଇଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ପଞ୍ଜାବରୁ ସୋନୁ ସୁଭାଷ ଚାନ୍ଦ ଏବଂ ଅନୁଜ ଥାପନଙ୍କୁ ଗିରଫ କରିଥିଲା । ଅନୁଜ ଥାପନ୍ ଏକ ଟ୍ରକରେ ହେଲପର ଭାବେ କାମ କରୁଥିଲେ | ସୁଭାଷ ଚାଷବାସ କରନ୍ତି | ଅନୁଜଙ୍କ ବିରୋଧରେ ପୂର୍ବରୁ ଅପରାଧିକ ମାମଲା ରହିଥିଲା । ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ଥିଲା।

ଏପ୍ରିଲ ୧୪ ସକାଳେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଦୁଇଜଣ ଲୋକ ବାଇକରେ ଆସି ଗୁଳି ଫୁଟାଇଥିଲେ। ସଲମାନ ଖାନ ଏହି ଆପାର୍ଟମେଣ୍ଟରେ ରହନ୍ତି | ଏହି ମାମଲାରେ ଗୁଜରାଟର ସାବରମତୀ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ତା’ର ସାନଭାଇ ଅନମୋଲ ବିଷ୍ଣୋଇକୁ ‘ଓ୍ବାଣ୍ଟେଡ୍’ ଅଭିଯୁକ୍ତ ଘୋଷଣା କରାଯାଇଛି। ଅନମୋଲ ସମ୍ପ୍ରତି ଆମେରିକା କିମ୍ବା କାନାଡାରେ ଥିବା ମନେ କରାଯାଉଛି। ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ପାଇଁ ଅନମୋଲ ଏକ ଫେସବୁକ ପୋଷ୍ଟ ଜରିଆରେ ନିଜକୁ ଦାୟୀ କରିଥିଲା। ତେବେ ସେହି ପୋଷ୍ଟର ‘ଆଇପି ଆଡ୍ରେସ୍’ ପର୍ତ୍ତୁଗାଲର ବୋଲି ପୋଲିସ କହିଛି।

#Odia#Odisha#News
Share Article:

Related Articles