News Room Odisha
BREAKING
Odia

ଯୌନ ନିର୍ଯାତନା ଭିଡ଼ିଓ ବିବାଦ ନେଇ ମୁହଁ ଖୋଲିଲେ ପ୍ରଜ୍ଜ୍ବଳ ରେଭାନ୍ନା, କହିଲେ ଏମିତି

ବେଙ୍ଗାଲୁରୁ: ଯୌନ ନିର୍ଯାତନା ଭିଡିଓ ବିବାଦ ନେଇ କର୍ଣ୍ଣାଟକର ହାସନ ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନା ପ୍ରଥମ ଥର ମୁହଁ ଖୋଲିଛନ୍ତି। ପ୍ରଜ୍ବଳ ରେଭାନ୍ନାଙ୍କ ଅନେକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ବହୁ ମହିଳା ଓ ଯୁବତୀମାନଙ୍କୁ ବ୍ଲାକମେଲିଂ କରି ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ତାଙ୍କର ଏଭଳି ଵହୁ ଅଶ୍ଲୀଳ ଭିଡ଼ିଓ ଭାଇରାଲ ହେବା ପରେ ପ୍ରଜ୍ବଳ ଦେଶ ଛାଡ଼ି ଜର୍ମାନୀ ପଳାଇଛନ୍ତି। ତାଙ୍କ ଯୌନ ନିର୍ଯାତନା ଭିଡ଼ିଓ ବିବାଦ ମଧ୍ୟରେ ପ୍ରଜ୍ବଳ [...]

Admin•May 1, 2024
Share Article:

ବେଙ୍ଗାଲୁରୁ: ଯୌନ ନିର୍ଯାତନା ଭିଡିଓ ବିବାଦ ନେଇ କର୍ଣ୍ଣାଟକର ହାସନ ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନା ପ୍ରଥମ ଥର ମୁହଁ ଖୋଲିଛନ୍ତି।

ପ୍ରଜ୍ବଳ ରେଭାନ୍ନାଙ୍କ ଅନେକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ବହୁ ମହିଳା ଓ ଯୁବତୀମାନଙ୍କୁ ବ୍ଲାକମେଲିଂ କରି ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ତାଙ୍କର ଏଭଳି ଵହୁ ଅଶ୍ଲୀଳ ଭିଡ଼ିଓ ଭାଇରାଲ ହେବା ପରେ ପ୍ରଜ୍ବଳ ଦେଶ ଛାଡ଼ି ଜର୍ମାନୀ ପଳାଇଛନ୍ତି।

ତାଙ୍କ ଯୌନ ନିର୍ଯାତନା ଭିଡ଼ିଓ ବିବାଦ ମଧ୍ୟରେ ପ୍ରଜ୍ବଳ ରେଭାନ୍ନା ସୋସିଆଲ ମିଡିଆରେ ନିଜ ପକ୍ଷ ରଖି ଲେଖିଛନ୍ତି, “ଜେରା ପାଇଁ ମୁଁ ଏବେ ବେଙ୍ଗାଲୁରୁରେ ଉପସ୍ଥିତ ନାହିଁ, ତେଣୁ ମୁଁ ମୋର ଓକିଲଙ୍କ ଜରିଆରେ ସିଆଇଡି ବେଙ୍ଗାଲୁରୁ ସହିତ ଯୋଗାଯୋଗ କରୁଛି। ସତ ଶୀଘ୍ର ସାମ୍ନାକୁ ଆସିବ।”

ଏହା ପୂର୍ବରୁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ମଙ୍ଗଳବାର ଜେଡିଏସ୍ ବିଧାୟକ ଏଚଡି ରେଭାନ୍ନା ଏବଂ ତାଙ୍କ ପୁଅ ପ୍ରଜ୍ଜ୍ବଳ ରେଭାନ୍ନାଙ୍କୁ ନୋଟିସ ଜାରି କରିଥିଲା।ଉଭୟଙ୍କୁ ଏସଆଇଟି ସମ୍ମୁଖରେ ହାଜର ହେବାକୁ କୁହାଯାଇଛି। ପ୍ରଜ୍ଜ୍ବଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ।

#Odia#Odisha#News
Share Article:

Related Articles