News Room Odisha
BREAKING
Odia

ଛତ୍ରପୁରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସରଗରମ ନିର୍ବାଚନ ପ୍ରଚାର : କହିଲେ ଠକମାନଙ୍କୁ ଜେଲ୍ ପଠାଇବେ ଗଞ୍ଜାମବାସୀ

ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଛତ୍ରପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର୍ କରି ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ବେହେରାଙ୍କୁ ୯୫ ପ୍ରତିଶତ ଭୋଟ ଦେଇ ଜିତାଇବା ପାଇଁ ସେ ଅନୁରୋଧ କରିଛନ୍ତି। ବିରୋଧୀ ଦଳଙ୍କୁ ଶାଣିତ ଆକ୍ରମଣ କରି ସେ କହିଲେ ଯେ, ଠକମାନଙ୍କ ସ୍ଥାନ ଜେଲରେ। ଗଞ୍ଜାମବାସୀ କେବେ [...]

Admin•May 1, 2024
Share Article:
ଛତ୍ରପୁରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସରଗରମ ନିର୍ବାଚନ ପ୍ରଚାର : କହିଲେ ଠକମାନଙ୍କୁ ଜେଲ୍ ପଠାଇବେ ଗଞ୍ଜାମବାସୀ

ଭୁବନେଶ୍ୱର – ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଛତ୍ରପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର୍ କରି ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ବେହେରାଙ୍କୁ ୯୫ ପ୍ରତିଶତ ଭୋଟ ଦେଇ ଜିତାଇବା ପାଇଁ ସେ ଅନୁରୋଧ କରିଛନ୍ତି।

ବିରୋଧୀ ଦଳଙ୍କୁ ଶାଣିତ ଆକ୍ରମଣ କରି ସେ କହିଲେ ଯେ, ଠକମାନଙ୍କ ସ୍ଥାନ ଜେଲରେ। ଗଞ୍ଜାମବାସୀ କେବେ ଭୁଲ କରିବେ ନାହିଁ, ଠକ ମାନଙ୍କୁ ସଂସଦ ପଠାଇବେ ନାହିଁ।

ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ପ୍ରଚାର ଉପରେ ଆକ୍ରମଣ କରି ସେ କହିଲେ ଯେ ଥରେ କ୍ଷମତାକୁ ଆସିଲେ ଡବଲ ଇଞ୍ଜିନ ରାଜ୍ୟକୁ ୨୦ ବର୍ଷ ପଛକୁ ନେଇଯିବ । ଉଦାହରଣ ଦେଇ ସେ କହିଲେ ଯେ, ହିମାଚଳରେ ଡବଲ ଇଞ୍ଜିନ ବନ୍ଦ ହେଇଗଲାଣି । ଛତିଶଗଡ଼ ଓ ରାଜସ୍ଥାନରେ ଏପଟ ସେପଟ ହେଉଛି । ଡବଲ ଇଞ୍ଜିନ ଯଦି ଏତେ ଷ୍ଟ୍ରଙ୍ଗ, ତେବେ ବାରମ୍ବାର ଯାଉଛି ଆସୁଛି କାହିଁକି? ସ୍ଥିର ସରକାର ନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ।

ସେ ପୁଣି କହିଲେ ଯେ, ଡବଲ ଇଞ୍ଜିନ ସରକାରରେ ଦୈନିକ ମଜୁରି ମାତ୍ର ୩୦୦ ଟଙ୍କାରୁ ସାମାନ୍ୟ ଅଧିକ, କିନ୍ତୁ ନବୀନ ଇଂଜିନରେ ଏହା ୪୫୦ ଟଙ୍କା। ଡବଲ ଇଞ୍ଜିନ ସରକାରରେ ଭତ୍ତା ମାତ୍ର ୩୦୦ ଟଙ୍କା, ନବୀନ ଇଞ୍ଜିନ ସରକାରରେ ଭତ୍ତା ୧୦୦୦ ଟଙ୍କା ବୋଲି ସେ କହିଥିଲେ।

ଆୟୁଷ୍ମାନ ଭାରତ ପ୍ରସଙ୍ଗ ଉଠାଇ ସେ କହିଲେ ଯେ, ଆୟୁଷ୍ମାନ ଭାରତର ଜୋରଦାର ପ୍ରଚାର କରାଯାଉଛି। କିନ୍ତୁ ସତ କଣ ଲୋକେ ଜାଣନ୍ତୁ ବୋଲି ପାଣ୍ଡିଆନ କହିଥିଲେ।

ସାରା ଦେଶ ପାଇଁ ଆୟୁଷ୍ମାନ ଭାରତରେ ବଜେଟ ହେଉଛି ୬୦୦୦ କୋଟି ଟଙ୍କା। ଓଡ଼ିଶା ଭାଗରେ ମାତ୍ର ୩୦୦ କୋଟି ଟଙ୍କା । କିନ୍ତୁ, ବିଏସକେୱ।ଇରେ ବର୍ଷକୁ ଖର୍ଚ୍ଚ ହେଉଛି ୫୦୦୦ କୋଟି ଟଙ୍କା। ଗରିବର ସ୍ବାସ୍ଥ୍ୟ ଚିନ୍ତା ଓଡ଼ିଶାରେ ନାହିଁ। ସେ ପୁଣି କହିଲେ ଯେ ଡବଲ ଇଞ୍ଜିନ କଥା ଆପଣ କେବଳ ନିର୍ବାଚନ ସମୟରେ ଶୁଣିବେ, ତା ପରେ ତାଙ୍କର ଦେଖା ନ ଥିବ । ଡବଲ ଇଞ୍ଜିନ ହେଉଛି ଭୋଟ୍ ଇଞ୍ଜିନ। ବାକି ସବୁ ସମୟରେ ନବୀନ ଇଞ୍ଜିନ ଲୋକଙ୍କ ସାଥିରେ, ଦୁଃଖ ସୁଖ ସବୁଥିରେ ରହିଛି ଓ ରହିଥିବ । ନବୀନ ଇଞ୍ଜିନ ହେଉଛି ସ୍ଵଚ୍ଛତାର ଇଞ୍ଜିନ । ଲୋକଙ୍କ ପାଇଁ କାମ କରିବାର ଇଞ୍ଜିନ, ସେବାର ଇଞ୍ଜିନ ବୋଲି ପାଣ୍ଡିଆନ କହିଥିଲେ।

ଗଞ୍ଜାମରେ ତାଙ୍କର କର୍ମମୟ ଜୀବନର ସମୟକୁ ମନେ ପକାଇ ସେ ଭାବ ପ୍ରବଣ ହୋଇ ପଡ଼ିଥିଲେ।ଗଞ୍ଜାମବାସୀ ବିଶେଷ କରି ଛତ୍ରପୁର ବାସୀଙ୍କ ସ୍ନେହ ଶ୍ରଦ୍ଧା ସେ କେବେ ଭୁଲି ପାରିବେ ନାହିଁ ବୋଲି ପାଣ୍ଡିଆନ କହିଥିଲେ । ଛତ୍ରପୁରବାସୀ ତାଙ୍କୁ ପରିବାର ସଦସ୍ୟଙ୍କ ଭଳି ଦେଖନ୍ତି ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ତାଙ୍କ ଝିଅର ଜନ୍ମ ମାଟି ହେଉଛି ଛତ୍ରପୁର । ମା’ ତାରାତାରିଣୀଙ୍କ ଆଶୀର୍ବାଦରୁ ସେ ଜନ୍ମ ହୋଇଛି ବୋଲି ମଧ୍ୟ ପାଣ୍ଡିଆନ କହିଥିଲେ।

ମୁଖ୍ୟମନ୍ତ୍ରୀ ଆମକୁ କାମର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି,
ତାଙ୍କ ନିର୍ଦ୍ଦେଶରେ ସେ ହିସାବ ଦେଉଛି ବୋଲି କହି ଛତ୍ରପୁରରେ ୪୨ କୋଟି ଟଙ୍କାର କାମ ଚାଲିଛି ବୋଲି ପାଣ୍ଡିଆନ କହିଥିଲେ।

ସୁନ୍ଦରେଶ୍ୱର ମନ୍ଦିର, ମା’ ରାମଚଣ୍ଡୀ ମନ୍ଦିର ଓ ବଟେଶ୍ୱର ମହାଦେବ ମନ୍ଦିର ପାଇଁ ୫.୨୦ କୋଟି, କଂସାରି ଗଣ୍ଡ ବନ୍ଧ ପାହାଡ଼ ୧୫୦ କୋଟି, ଜଗନ୍ନାଥପୁର ଷ୍ଟେସନ ଓ ବ୍ରହ୍ମପୁର ମଧ୍ୟରେ ଆରଓବି ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି। ଛତ୍ରପୁରରେ ହକି ତାଲିମ କେନ୍ଦ୍ର ପାଇଁ ୧୨ କୋଟି ଓବିଜୁ ପଟ୍ଟନାୟକ ସନ୍ତରଣ କେନ୍ଦ୍ର ପାଇଁ ୩.୫୦ ଟଙ୍କା ଦିଆଯାଇଛି । ଛତ୍ରପୁର, ଗଞ୍ଜାମ ଓ ରଙ୍ଗେଇଲୁଣ୍ଡା ଏହି ତିନୋଟି ବ୍ଲକରେ ପାଇପ ପାଣି ପାଇଁ ୩୬୦ କୋଟି ଟଙ୍କାର କାମ ଚାଲିଛି ବୋଲି ପାଣ୍ଡିଆନ କହିଥିଲେ।

#Odia#Odisha#News
Share Article:

Related Articles