News Room Odisha
BREAKING
Odia

ଆଜି କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମଧ୍ୟାହ୍ନରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ। ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବେ। ହିଞ୍ଜିଳି ଆସନ ପାଇଁ ମୁଖ୍ୟମନ୍ତ୍ରୀ ଏପ୍ରିଲ ୩୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ହିଞ୍ଜିଳିରୁ ଷଷ୍ଠ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି ନବୀନ । ୨୦୧୯ରେ ନବୀନ ହିଞ୍ଜିଳି [...]

Admin•May 2, 2024
Share Article:

ଭୁବନେଶ୍ୱର – ଆଜି କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମଧ୍ୟାହ୍ନରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ। ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବେ। ହିଞ୍ଜିଳି ଆସନ ପାଇଁ ମୁଖ୍ୟମନ୍ତ୍ରୀ ଏପ୍ରିଲ ୩୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ହିଞ୍ଜିଳିରୁ ଷଷ୍ଠ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି ନବୀନ । ୨୦୧୯ରେ ନବୀନ ହିଞ୍ଜିଳି ସହ ପଶ୍ଚିମ ଓଡ଼ିଶାର ବିଜେପୁର ଆସନରୁ ମଧ୍ୟ ନିର୍ବାଚନ ଲଢିଥିଲେ। ଦୁଇଟି ଯାକ ଆସନରେ ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ସେ ହିଞ୍ଜିଳି ଆସନ ରଖି ବିଜେପୁର ଆସନ ଛାଡିଦେଇଥିଲେ । ପରେ ସେଠାରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ବିଜେଡି ବିଜୟୀ ହୋଇଥିଲା ।

#Odia#Odisha#News
Share Article:

Related Articles