ସେନା ଉପରେ ମନ୍ତବ୍ୟ ନେଇ ରାହୁଲଙ୍କ ବିରୋଧରେ ନିର୍ବାଚନ କମିଶନରେ ଫେରାଦ ହେଲା ବିଜେପି
ନୂଆଦିଲ୍ଲୀ : ଭାରତୀୟ ସେନା ଉପରେ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନ ନିକଟରେ ଦାବି କରିଛି ବିଜେପି। ରାହୁଲ ଗାନ୍ଧୀ ଏକ ସଭାରେ କହିଥିଲେ ଯେ, ମୋଦୀ ସରକାର ଦୁଇଟି ଶ୍ରେଣୀର ସୈନିକ ସୃଷ୍ଟି କରିଛନ୍ତି। ଗୋଟିଏ ସୈନିକ ଶ୍ରେଣୀରେ ଗରିବ ପରିବାର ଓ ସଂରକ୍ଷିତ, ବଞ୍ଚିତ ବର୍ଗର ଯୁବକ ଅଛନ୍ତି ଏବଂ ଅନ୍ୟଟି ଧନୀ ପରିବାରର ପିଲାଙ୍କୁ ନେଇ ଗଠିତ। ରାହୁଲଙ୍କ ବିରୋଧରେ [...]
ନୂଆଦିଲ୍ଲୀ : ଭାରତୀୟ ସେନା ଉପରେ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନ ନିକଟରେ ଦାବି କରିଛି ବିଜେପି। ରାହୁଲ ଗାନ୍ଧୀ ଏକ ସଭାରେ କହିଥିଲେ ଯେ, ମୋଦୀ ସରକାର ଦୁଇଟି ଶ୍ରେଣୀର ସୈନିକ ସୃଷ୍ଟି କରିଛନ୍ତି। ଗୋଟିଏ ସୈନିକ ଶ୍ରେଣୀରେ ଗରିବ ପରିବାର ଓ ସଂରକ୍ଷିତ, ବଞ୍ଚିତ ବର୍ଗର ଯୁବକ ଅଛନ୍ତି ଏବଂ ଅନ୍ୟଟି ଧନୀ ପରିବାରର ପିଲାଙ୍କୁ ନେଇ ଗଠିତ।
ରାହୁଲଙ୍କ ବିରୋଧରେ କେନ୍ଦ୍ର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଜୁନ ରାମ ମେଘୱାଲ, ଜାତୀୟ ଗଣମାଧ୍ୟମ ଦାୟିତ୍ୱରେ ଥିବା ଅନିଲ ବାଲୁନି ଏବଂ ରାଜୀବ ଚନ୍ଦ୍ରଶେଖରଙ୍କ ସହ ଦଳର ବରିଷ୍ଠ ନେତାଙ୍କ ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ନିର୍ବାଚନ କମିଶନଙ୍କ ଅଧିକାରୀଙ୍କୁ ଭେଟିବା ପରେ ଜୟଶଙ୍କର ଗଣମାଧ୍ୟମକୁ କହିଛନ୍ତି, ରାହୁଲଙ୍କ ମନ୍ତବ୍ୟ ମିଛ। ଏହା ଆମ ସଶସ୍ତ୍ର ବାହିନୀ ଉପରେ ଆକ୍ରମଣ। ସେ ଏହାକୁ ଏକ ବିବାଦୀୟ ପ୍ରସଙ୍ଗ କରି ସଶସ୍ତ୍ର ବାହିନୀର ମନୋବଳ ଦୁର୍ବଳ କରିବାକୁ ଚାହୁଁଛନ୍ତି। ଏହା ନିର୍ବାଚନୀ ପ୍ରସଙ୍ଗ ନୁହେଁ। ଏହା ଜାତୀୟ ନିରାପତ୍ତାର ବିଷୟ। ନିକଟରେ ରାଏବରେଲିରେ ଏକ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀ ଏପରି ମନ୍ତବ୍ୟ ଦେଇଥିଲେ । ସୈନିକମାନଙ୍କ ପାଇଁ ଅଗ୍ନିପଥ ନିଯୁକ୍ତି ଯୋଜନା ଉପରେ ସେ ମୋଦୀ ସରକାରଙ୍କୁ ଆକ୍ରମଣ କରିଥିଲେ। କେନ୍ଦ୍ରରେ ଇଣ୍ଡିଆ ମେଣ୍ଟର ସରକାର ହେଲେ ଅଗ୍ନିପଥ ଯୋଜନା ଉଚ୍ଛେଦ କରାଯିବ ବୋଲି କହିଥିଲେ ରାହୁଲ।
ରାଜ୍ୟରେ ଆସନ୍ତା ତିନି ଦିନ ଯାଏଁ ତାପମାତ୍ରାରେ ବୃଦ୍ଧି ସମ୍ଭାବନା, ୧୯ରୁ ପୁଣି ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ
Next ArticleSix of family killed in road accident in Odisha’s Keonjhar
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
