News Room Odisha
BREAKING
Odia

ଟିଟିଲାଗଡରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନୀ ସଭା : କହିଲେ, ବାହାର ନେତା ଆସି ଓଡ଼ିଆ ଅସ୍ମିତା କଥା କହୁଛନ୍ତି

ଟିଟିଲାଗଡ଼ – ପଶ୍ଚିମ ଓଡ଼ିଶାରେ ଆଜି ମଧ୍ୟ ବିଜେଡିର ଜୋରଦାର ନିର୍ବାଚନ ପ୍ରଚାର ଜାରି ରହିଛି। ଦଳର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ଆଜି ଟିଟିଲାଗଡ଼ରେ ଦଳ ପାଇଁ ପ୍ରଚାର କରିଛନ୍ତି। ସଭାମଞ୍ଚରୁ ବିରୋଧୀଙ୍କୁ ସିଧାସଳଖ ଆକ୍ରମଣ କରିଛନ୍ତି ପାଣ୍ଡିଆନ । ବାହାର ନେତା ଆସି ଓଡ଼ିଶାର ଅସ୍ମିତା କଥା କହୁଛନ୍ତି । ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି ସେମାନଙ୍କୁ ଜବାବ ଦେବାକୁ ହେବ ବୋଲି ଲୋକଙ୍କୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ। ସେ [...]

Admin•May 16, 2024
Share Article:

ଟିଟିଲାଗଡ଼ – ପଶ୍ଚିମ ଓଡ଼ିଶାରେ ଆଜି ମଧ୍ୟ ବିଜେଡିର ଜୋରଦାର ନିର୍ବାଚନ ପ୍ରଚାର ଜାରି ରହିଛି। ଦଳର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ଆଜି ଟିଟିଲାଗଡ଼ରେ ଦଳ ପାଇଁ ପ୍ରଚାର କରିଛନ୍ତି। ସଭାମଞ୍ଚରୁ ବିରୋଧୀଙ୍କୁ ସିଧାସଳଖ ଆକ୍ରମଣ କରିଛନ୍ତି ପାଣ୍ଡିଆନ । ବାହାର ନେତା ଆସି ଓଡ଼ିଶାର ଅସ୍ମିତା କଥା କହୁଛନ୍ତି । ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି ସେମାନଙ୍କୁ ଜବାବ ଦେବାକୁ ହେବ ବୋଲି ଲୋକଙ୍କୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ। ସେ ଅଭିଯୋଗ କରିଛନ୍ତି ଯେ, ଛତିଶଡ଼ର ମନ୍ତ୍ରୀମାନେ ଓଡିଶା ଆସି ଟଙ୍କା ବାଣ୍ଟୁଛନ୍ତି । ବିରୋଧୀ ଦଳ ନେତାମାନେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳି ଦେଉଛନ୍ତି ବୋଲି ପାଣ୍ଡିଆନ ଟିଟିଲାଗଡରେ କହାଛନ୍ତି। ନିର୍ବାଚନରେ ବିରୋଧୀ ଦଳକୁ ଜନସାଧାରଣ ଉଚିତ ଜବାବ ଦେବେ ବୋଲି ବିଜେଡିର ବରିଷ୍ଠ ନେତା କହିଛନ୍ତି। ଆଉ କିଏ ଜିତିଲେ ଟିଟିଲାଗଡ଼ ବହୁତ ପଛକୁ ପଳାଇବ ବୋଲି ପାଣ୍ଡିଆନ କହିଛନ୍ତି।

ଜୁନ୍‌ ୯ରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ପ୍ରଥମ ଦସ୍ତଖତ କରିବେ, ଜୁଲାଇରୁ ବିଜୁଳି ବିଲ୍‌ ଆସିବନି । ତେବେ ମାଗଣା ବିଜୁଳି ଦେବ କହି ବିଜେପି ଦିନରେ ଲଣ୍ଠନ ଦେଖାଉଛି । ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।

#Odia#Odisha#News
Share Article:

Related Articles