News Room Odisha
BREAKING
Odia

କନ୍ଧମାଳ ଜିଲ୍ଲାର ସବୁ ପୋଲିଂ ବୁଥର ୨୦୦ ମିଟର ପରିଧି ଭିତରେ ୧୪୪ ଧାରା

ଫୁଲବାଣୀ – ଆସନ୍ତା ୨୦ ତାରିଖରେ କନ୍ଧମାଳ ଜିଲ୍ଲା ସଂସଦୀୟ କ୍ଷେତ୍ରରେ ନିର୍ବାଚନ। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ବୁଥର ୨୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଈଶ୍ୱର ପାଟିଲ ଏ ନେଇ ନିର୍ଦ୍ଦେଶନାମା ଜାରି କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାର ମୋଟ ୬୬୦ ବୁଥ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହୋଇଛି ବୋଲି ଡିଆଇପିଆରଓ [...]

Admin•May 17, 2024
Share Article:

ଫୁଲବାଣୀ – ଆସନ୍ତା ୨୦ ତାରିଖରେ କନ୍ଧମାଳ ଜିଲ୍ଲା ସଂସଦୀୟ କ୍ଷେତ୍ରରେ ନିର୍ବାଚନ। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ବୁଥର ୨୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଈଶ୍ୱର ପାଟିଲ ଏ ନେଇ ନିର୍ଦ୍ଦେଶନାମା ଜାରି କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାର ମୋଟ ୬୬୦ ବୁଥ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହୋଇଛି ବୋଲି ଡିଆଇପିଆରଓ ପ୍ରଭାକର ମହାରଣା କହିଛନ୍ତି।

କନ୍ଧମାଳ ଜିଲ୍ଲାରେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କୌଣସି ଅପରାଧ ଘଟାଇବାର ଅସ୍ତ୍ରଶସ୍ତ୍ର ସାଙ୍ଗରେ ନେବାପାଇଁ କଟକଣା ଲାଗିଛି। ଆସନ୍ତାକାଲି (ତା ୧୮.୫.୨୪ରିଖ ) ଅପରାହ୍ନ ୫ଟା ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ପୋଲିଂ ବୁଥ ଠାରୁ ୨୦୦ ମିଟର ମଧ୍ୟରେ ପୋଲିଂ ଅଧିକାରୀ, ପୋଲିସ ଅଧିକାରୀ ଓ ଭୋଟରଙ୍କ ବ୍ୟତୀତ ଅନ୍ୟମାନେ ଗହଳି କରିପାରିବେ ନାହିଁ। ସେଥିପାଇଁ କନ୍ଧମାଳ ଜିଲ୍ଲାପାଳ ୧୪୪ ଧାରା ଜାରି କରିଛନ୍ତି। କେବଳ ବୁଥଠାରୁ ୨୦୦ ମିଟର ମଧ୍ୟରେ ଗହଳି ନ କରିବା ପାଇଁ ଏହି ୧୪୪ ଧାରା ଜାରି କରାଯାଇଛି ।

#Odia#Odisha#News
Share Article:

Related Articles