News Room Odisha
BREAKING
Odia

କେଜ୍ରିୱାଲଙ୍କ ବାସଭବନର ସ୍ବାତି ମାଲିୱାଲଙ୍କ ସହ କ’ଣ ହୋଇଥିଲା? ସାମ୍ନାକୁ ଆସିଲା ଭିଡ଼ିଓ

ନୂଆଦିଲ୍ଲୀ: ଆପ୍ ରାଜ୍ୟସଭା ସାଂସଦ ସ୍ବାତି ମାଲିୱାଲଙ୍କୁ ମାରପିଟ୍ ମାମଲାରେ ନୂଆ ମୋଡ଼। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନର ମେ ୧୩ ତାରିଖ ଦିନ ଘଟିଥିବା ଘଟଣାର ଭିଡିଓ ବୋଲି ଦାବି ହେଉଥିବା ଫୁଟେଜ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓରେ ମାଲିୱାଲ୍ କେଜ୍ରିୱାଲଙ୍କ ବାସଭବନରେ ମୁତୟନ ସୁରକ୍ଷାକର୍ମୀଙ୍କୁ ଧମକ ଓ ଗାଳି ଦେଉଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓରେ ମାଲିଓ୍ବାଲ ଜଣେ ସୁରକ୍ଷାକର୍ମୀଙ୍କୁ କହୁଛନ୍ତି, ‘ମୋତେ ହାତ ଦେଇ ଦେଖ, ମୁଁ [...]

Admin•May 17, 2024
Share Article:

ନୂଆଦିଲ୍ଲୀ: ଆପ୍ ରାଜ୍ୟସଭା ସାଂସଦ ସ୍ବାତି ମାଲିୱାଲଙ୍କୁ ମାରପିଟ୍ ମାମଲାରେ ନୂଆ ମୋଡ଼। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନର ମେ ୧୩ ତାରିଖ ଦିନ ଘଟିଥିବା ଘଟଣାର ଭିଡିଓ ବୋଲି ଦାବି ହେଉଥିବା ଫୁଟେଜ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓରେ ମାଲିୱାଲ୍ କେଜ୍ରିୱାଲଙ୍କ ବାସଭବନରେ ମୁତୟନ ସୁରକ୍ଷାକର୍ମୀଙ୍କୁ ଧମକ ଓ ଗାଳି ଦେଉଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓରେ ମାଲିଓ୍ବାଲ ଜଣେ ସୁରକ୍ଷାକର୍ମୀଙ୍କୁ କହୁଛନ୍ତି, ‘ମୋତେ ହାତ ଦେଇ ଦେଖ, ମୁଁ ତୁମର ଚାକିରି ଖାଇଯିବି’ | ଭିଡିଓରେ କିଛି ସିକ୍ୟୁରିଟି କର୍ମୀଙ୍କୁ ଦେଖିବାକୁ ମିଳୁଛି । ସେମାନେ ମାଲିଓ୍ବାଲଙ୍କୁ ବାହାରକୁ ଯିବା ପାଇଁ କହୁଛନ୍ତି। ତେବେ ଏହି ଭାଇରାଲ୍ ଭିଡ଼ିଓ ଅସଲି ନା ନକଲି ଜଣାପଡ଼ି ନାହିଁ |

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୋଲିସ କହିଛି ଯେ ସେମାନେ ଏନେଇ ଅବଗତ ଅଛନ୍ତି ଏବଂ ଘଟଣାର ତଦନ୍ତ କରାଯିବ। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ (ପିଏ) ବିଭବ କୁମାର ହେଉଛନ୍ତି ଅଭିଯୁକ୍ତ।କେଜ୍ରିୱାଲଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କ ବାସଭବନରେ ବିଭବ କୁମାର ତାଙ୍କୁ ମାଡ଼ ମାରିଥିଲେ ବୋଲି ମାଲିୱାଲ ଅଭିଯୋଗ କରିଛନ୍ତି । ଏନେଇ ଗୁରୁବାର ମାଲିଓ୍ବାଲଙ୍କ ବୟାନ ରେକର୍ଡ କରିବା ପରେ ବିଭବ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଶୁକ୍ରବାର ଏହି ଭିଡ଼ିଓ ଭାଇରାଲ ହେବା ପରେ ମାଲିଓ୍ବାଲଙ୍କ ପ୍ରତିକ୍ରିୟା ଆସିଛି। ସେ ‘ଏକ୍ସ’ରେ ଲେଖିଛନ୍ତି, “ରାଜନୈତିକ ହିଟମ୍ୟାନ୍ ନିଜକୁ ବଞ୍ଚାଇବା ପାଇଁ ନିଜ ଲୋକଙ୍କ ଦ୍ବାରା ଟ୍ବିଟ୍ କରି ଏହି ଭିଡ଼ିଓ ଭାଇରାଲ କରିଥାଉ । କିନ୍ତୁ ପୋଲିସ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସିସିଟିଭି ଯାଞ୍ଚ୍ କଲେ ସତ କ’ଣ ଜଣାପଡ଼ିବ।”

ମାଲିୱାଲ ଶୁକ୍ରବାର ତିସ୍ ହଜାରି କୋର୍ଟକୁ ଯାଇ ମାଜିଷ୍ଟ୍ରେଟଙ୍କ ଆଗରେ ଧାରା ୧୬୪ ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରିଛନ୍ତି। ଏହାପୂର୍ବରୁ ଦିଲ୍ଲୀ ପୋଲିସ ମଧ୍ୟ ତାଙ୍କୁ ଭେଟି ମାରପିଟ୍ ଅଭିଯୋଗ ନେଇ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରିଥିଲା । ଏହା ପରେ ମୁଖ୍ୟ ଅଭିଯୁକ୍ତ ସିଏମ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ବିଭବ କୁମାରଙ୍କ ବିରୋଧରେ ଗମ୍ଭୀର ତଥା ଜାମିନବିହୀନ ଦଫା ଅଧୀନରେ ମାମଲା ରୁଜୁ ହୋଇଛି। ମାମଲା ରୁଜୁ ପରଠାରୁ ବିଭବ କୁମାର ଫେରାର ଅଛନ୍ତି। ପୋଲିସ ତାଙ୍କୁ ଖୋଜୁଛି।

#Odia#Odisha#News
Share Article:

Related Articles