News Room Odisha
BREAKING
Odia

ଓଡ଼ିଶାକୁ ଆସୁଥିବା ବିରୋଧୀ ଦଳ ନେତାମାନେ ରାଜନୈତିକ ପର୍ଯ୍ୟଟକ, କେବଳ ଭୋଟ୍ ବେଳେ ଆସିବେ : ନବୀନ ପଟ୍ଟନାୟକ

ଭୁବନେଶ୍ବର – ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାକୁ ଆସୁଥିବା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ରାଜନୈତିକ ପର୍ଯ୍ୟଟକ । ନିର୍ବାଚନ ସମୟରେ ହିଁ ସେମାନେ ଆସନ୍ତି ଓ ଉଭାନ ହୋଇଯାଆନ୍ତି । ଏପରି କହି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳକୁ ଶାଣିତ ଆକ୍ରମଣ କରିଛନ୍ତି। ଜାତୀୟ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି ନବୀନ ପଟ୍ଟନାୟକ। ଏଥର କିଛି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ସମୟରେ [...]

Admin•May 17, 2024
Share Article:

ଭୁବନେଶ୍ବର – ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାକୁ ଆସୁଥିବା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ରାଜନୈତିକ ପର୍ଯ୍ୟଟକ । ନିର୍ବାଚନ ସମୟରେ ହିଁ ସେମାନେ ଆସନ୍ତି ଓ ଉଭାନ ହୋଇଯାଆନ୍ତି । ଏପରି କହି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳକୁ ଶାଣିତ ଆକ୍ରମଣ କରିଛନ୍ତି। ଜାତୀୟ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି ନବୀନ ପଟ୍ଟନାୟକ।

ଏଥର କିଛି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ସମୟରେ ଟୁରିଷ୍ଟ ଭଳି ଓଡ଼ିଶାକୁ ଆସୁଛନ୍ତି। ନିର୍ବାଚନ ପରେ ଏମାନେ ଅଦୃଶ୍ୟ ହୋଇଯିବେ। ଏମାନେ ଯାହାବି ବୟାନ ରଖିବେ ଏହାକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ କି ଏମାନଙ୍କ ଘନ ଘନ ଗସ୍ତ କିଛି ପ୍ରଭାବ ପକାଇବ ନାହିଁ ବୋଲି ପିଟିଆଇକୁ କହିଛନ୍ତି ନବୀନ।

ନିର୍ବାଚନ ପ୍ରଚାର ବେଳେ ବିରୋଧୀ ଦଳ ନେତାମାନଙ୍କ ଅଶାଳୀନ ଭାଷାକୁ କଡ଼ା ସମାଲୋଚନା କରିଛନ୍ତି। ନବୀନ କହିଛନ୍ତି ନିର୍ବାଚନ ପାଇଁ ଓଡ଼ିଶା ଆସୁଥିବା ବିଜେପିର ଟୁରିଷ୍ଟ ନେତାମାନେ ଆଶାଳୀନ ବକ୍ତବ୍ୟ ରଖୁଛନ୍ତି। ସେମାନଙ୍କ ବୟାନ ଦୁର୍ଭାଗ୍ୟଜନକ। ସେମାନେ ଯେଉଁ ଭଳି ଅପମାନସୂଚକ ଶବ୍ଦ ପ୍ରୟୋଗ କରୁଛନ୍ତି, ତାକୁ ଓଡିଶାବାସୀ କଦାପି ଗ୍ରହଣ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପିଟିଆଇକୁ କହିଛନ୍ତି।

#Odia#Odisha#News
Share Article:

Related Articles