News Room Odisha
BREAKING
Odia

ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିବାକୁ ବିଜେପି ମୁଖ୍ୟମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ହାସ୍ୟାସ୍ପଦ, ରାଜ୍ୟବାସୀ ହସିବା ସ୍ୱାଭାବିକ: ନବୀନ

ଭୁବନେଶ୍ୱର – ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପି ଶାସିତ ମୁଖ୍ୟମନ୍ତ୍ରୀମାନେ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା କଥା କହୁଛନ୍ତି । ଅନ୍ୟ ରାଜ୍ୟମାନଙ୍କ କ୍ଷେତ୍ରରେ ବି ସେମାନଙ୍କୁ ଏହି କଥା କହୁଛନ୍ତି, ଯାହା କି ହାସ୍ୟାସ୍ପଦ। ଓଡିଶାବାସୀ ସେମାନଙ୍କ କଥାରେ ହସିବା ସ୍ୱାଭାବିକ । ଯେଉଁ ମୁଖ୍ୟମନ୍ତ୍ରୀମାନେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା କଥା କହୁଛନ୍ତି, ସେମାନେ [...]

Admin•May 17, 2024
Share Article:

ଭୁବନେଶ୍ୱର – ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପି ଶାସିତ ମୁଖ୍ୟମନ୍ତ୍ରୀମାନେ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା କଥା କହୁଛନ୍ତି । ଅନ୍ୟ ରାଜ୍ୟମାନଙ୍କ କ୍ଷେତ୍ରରେ ବି ସେମାନଙ୍କୁ ଏହି କଥା କହୁଛନ୍ତି, ଯାହା କି ହାସ୍ୟାସ୍ପଦ। ଓଡିଶାବାସୀ ସେମାନଙ୍କ କଥାରେ ହସିବା ସ୍ୱାଭାବିକ । ଯେଉଁ ମୁଖ୍ୟମନ୍ତ୍ରୀମାନେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା କଥା କହୁଛନ୍ତି, ସେମାନେ ନିଜ ରାଜ୍ୟକୁ ଏକ ନମ୍ବର କରିଛନ୍ତି କି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ କହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ। କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ନମ୍ବର ଏକ ରାଜ୍ୟ କରିବା କଥା କହୁଛନ୍ତି। କିନ୍ତୁ କୈ।ତୁହଳର ବିଷୟ ଯେ, ଆସାମର ମୁଣ୍ଡପିଛା ଋଣ ଭାର ଓଡ଼ିଶାଠୁ ଦୁଇ ଗୁଣା ଅଧିକ । ତେଣୁ ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶା କଥା ଓ କହି ନିଜ ରାଜ୍ୟର ଋଣଭାର ଲାଘବ କଥା ପ୍ରଥମେ ଚିନ୍ତା କରନ୍ତୁ ବୋଲି ନବୀନ କହିଛନ୍ତି।

#Odia#Odisha#News
Share Article:

Related Articles