News Room Odisha
BREAKING
Odia

ସ୍ବାତି ମାଲିୱାଲଙ୍କ ବିରୋଧରେ ପାଲଟା ଅଭିଯୋଗ କଲେ କେଜ୍ରିୱାଲଙ୍କ ପିଏ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ତଥା ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ବାତି ମାଲିୱାଲଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ (ପିଏ) ବିଭବ କୁମାର ଏବେ ପାଲଟା ଅଭିଯୋଗ ଦାଖଲ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଭବ କୁମାର ତାଙ୍କୁ ମାଡ଼ ମାରିଥିଲେ ବୋଲି ମାଲିଓ୍ବାଲ ଅଭିଯୋଗ କରିଥିଲେ । ଏବେ ବିଭବ କୁମାର ମଧ୍ୟ ମାଲିଓ୍ବାଲଙ୍କ ବିରୋଧରେ ଦିଲ୍ଲୀର ସିଭିଲ ଲାଇନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ [...]

Admin•May 18, 2024
Share Article:

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ତଥା ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ବାତି ମାଲିୱାଲଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ (ପିଏ) ବିଭବ କୁମାର ଏବେ ପାଲଟା ଅଭିଯୋଗ ଦାଖଲ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଭବ କୁମାର ତାଙ୍କୁ ମାଡ଼ ମାରିଥିଲେ ବୋଲି ମାଲିଓ୍ବାଲ ଅଭିଯୋଗ କରିଥିଲେ । ଏବେ ବିଭବ କୁମାର ମଧ୍ୟ ମାଲିଓ୍ବାଲଙ୍କ ବିରୋଧରେ ଦିଲ୍ଲୀର ସିଭିଲ ଲାଇନ ଥାନାରେ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗରେ ବିଭବ କୁମାର କହିଛନ୍ତି ଯେ ମାଲିଓ୍ବାଲ ମୁଖ୍ୟମନ୍ତ୍ରୀଙ୍କ ଘରେ ବଳପୂର୍ବକ ପ୍ରବେଶ କରି ହଙ୍ଗାମା କରିଥିଲେ । ଜଣେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ମାଲିଓ୍ବାଲ ହସ୍ତକ୍ଷେପ କରିଥିଲେ।

ତାଙ୍କ ଉପରେ ଚାପ ପକାଇବା ପାଇଁ ସ୍ବାତି କେଜ୍ରିୱାଲଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ବିଭବ କହିଛନ୍ତିି ‌। ସ୍ବାତି ମିଥ୍ୟା ଆରୋପ ଲଗାଇ ବିଭ୍ରାନ୍ତ କରୁଛନ୍ତି। ଏହି କାରଣରୁ ସେ ଘଟଣାର ସତ୍ୟାସତ୍ୟ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ବୋଲି ବିଭବ କୁମାର ନିଜ ଅଭିଯୋଗରେ କହିଛନ୍ତିି।

ବିଭବ କୁମାର ଏହି ଅଭିଯୋଗ ଇମେଲ ଜରିଆରେ ସିଭିଲ୍ ଲାଇନ୍ସ ଥାନାକୁ ପଠାଇଛନ୍ତି। ତେବେ ବିଭବ କୁମାରଙ୍କ ଅଭିଯୋଗ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଆସିନାହିଁ। ସୂଚନାଯୋଗ୍ୟ, ପୂର୍ବରୁ ସ୍ବାତି ମାଲିୱାଲ ଗୁରୁବାର ବିଭବ କୁମାରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଆପ୍ କହିଛି ଯେ ମାଲିଓ୍ବାଲ ମାମଲା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଫସାଇବା ପାଇଁ ବିଜେପିର ଷଡ଼ଯନ୍ତ୍ର।

#Odia#Odisha#News
Share Article:

Related Articles