News Room Odisha
BREAKING
Odia

କାଲି ଆପ୍ ନେତାଙ୍କ ସହ ବିଜେପି ମୁଖ୍ୟାଳୟକୁ ଯିବେ କେଜ୍ରିୱାଲ, ଗିରଫ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କଲେ

ନୂଆଦିଲ୍ଲୀ: ସ୍ବାତି ମାଲିଓ୍ବାଲ ମାରପିଟ୍ ମାମଲାରେ ବିଜେପିର ଆକ୍ରମଣ‌‌ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କାଉଣ୍ଟର ଆଟାକ୍ କରିଛନ୍ତିି । ଆପର ଜାତୀୟ ଆବାହକ କହିଛନ୍ତିି, ଆସନ୍ତାକାଲି ଦିନ ୧୨ଟାରେ ଆପର ପ୍ରମୁଖ ନେତାଙ୍କ ସହ ସେ ବିଜେପି ମୁଖ୍ୟାଳୟକୁ ଯିବେ। ସେମାନଙ୍କୁ ଗିରଫ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତିି କେଜ୍ରିୱାଲ। କେଜ୍ରିୱାଲ କହିଛନ୍ତି, “ମୁଁ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ମୋ ଦଳର ସମସ୍ତ ନେତା ଓ ବିଧାୟକଙ୍କ ସହ ବିଜେପି [...]

Admin•May 18, 2024
Share Article:

ନୂଆଦିଲ୍ଲୀ: ସ୍ବାତି ମାଲିଓ୍ବାଲ ମାରପିଟ୍ ମାମଲାରେ ବିଜେପିର ଆକ୍ରମଣ‌‌ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କାଉଣ୍ଟର ଆଟାକ୍ କରିଛନ୍ତିି । ଆପର ଜାତୀୟ ଆବାହକ କହିଛନ୍ତିି, ଆସନ୍ତାକାଲି ଦିନ ୧୨ଟାରେ ଆପର ପ୍ରମୁଖ ନେତାଙ୍କ ସହ ସେ ବିଜେପି ମୁଖ୍ୟାଳୟକୁ ଯିବେ। ସେମାନଙ୍କୁ ଗିରଫ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତିି କେଜ୍ରିୱାଲ।

କେଜ୍ରିୱାଲ କହିଛନ୍ତି, “ମୁଁ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ମୋ ଦଳର ସମସ୍ତ ନେତା ଓ ବିଧାୟକଙ୍କ ସହ ବିଜେପି ମୁଖ୍ୟାଳୟରେ ପହଞ୍ଚିବି।‌ ଆପଣ ଆମ ମଧ୍ୟରୁ ଯାହାକୁ ଜେଲରେ ପୂରାଇବାକୁ ଚାହୁଁଛନ୍ତି ପୂରାଇ ଦିଅନ୍ତୁ।

ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ଦାବି କରିଛନ୍ତି ଯେ ବିଜେପି ଆମ୍ ଆଦମୀ ପାର୍ଟିକୁ ଧ୍ୱଂସ କରିବାକୁ ଚାହୁଁଛି। ମୋଦୀଜୀ ଆମ ସହ ‘ଜେଲର ଖେଳ’ ଖେଳୁଛନ୍ତି।
ଆମ୍ ଆଦମୀ ପାର୍ଟି ଏକ ବିଚାର । ଆମ୍ ଆଦମୀ ପାର୍ଟି ଯେତେ ନେତାଙ୍କୁ ଜେଲ୍ ପଠାଯିବ, ତାହା ତୁଳନାରେ ସେତେ ଅଧିକ ନୂଆ ନେତା ବାହାରିବେ।

କେଜ୍ରିୱାଲ ଦାବି କରିଛନ୍ତିି ଯେ ବିଜେପି ଆପ୍ ନେତା ରାଘବ ଚଢ଼ା, ସୈାରଭ ଭରଦ୍ୱାଜ ଓ ଆତିଶୀଙ୍କୁ ଶୀଘ୍ର ଗିରଫ କରିବା ।

ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିଥିଲା। ଗିରଫ ହେବାର ୫୦ ଦିନ ପରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ନିର୍ବାଚନରେ ପ୍ରଚାର କରିବାକୁ ଜାମିନ ପ୍ରଦାନ କରିଥିଲେ। କେଜ୍ରିୱାଲଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତାଙ୍କୁ ଜୁନ୍ ୨ରେ ପୁଣି ଜେଲ ଯିବାକୁ ପଡ଼ିବ।

ସେପଟେ ଆପ୍ ସାଂସଦ ସ୍ବାତି ମାଲିୱାଲଙ୍କୁ ମାରପିଟ୍ ମାମଲାରେ ଦିଲ୍ଲୀ ପୋଲିସ ଶନିବାର କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ (ପିଏ) ବିଭବ କୁମାରଙ୍କୁ ଗିରଫ କରିଛି ।

#Odia#Odisha#News
Share Article:

Related Articles