News Room Odisha
BREAKING
Odia

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ: ୨୦ରେ ୫ ଲୋକସଭା, ୩୫ ବିଧାନସଭା ଆସନରେ ଭୋଟ୍, ମଇଦାନରେ ୩୦୫ ପ୍ରାର୍ଥୀ

ଭୁବନେଶ୍ୱର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆଜି ସଂଧ୍ୟାରେ ଶେଷ ହୋଇଛି। ଆସନ୍ତା ୨୦ ତାରିଖରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ମତଦାନ କରାଯିବ। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ବିଧାନସଭା ଆସନରେ ଭୋଟ୍ ପଡ଼ିବ । ଏଥିପାଇଁ ଜୋରଦାର ନିର୍ବାଚନ ପ୍ରଚାର କରିଛନ୍ତି ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି [...]

Admin•May 18, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆଜି ସଂଧ୍ୟାରେ ଶେଷ ହୋଇଛି। ଆସନ୍ତା ୨୦ ତାରିଖରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ମତଦାନ କରାଯିବ। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ବିଧାନସଭା ଆସନରେ ଭୋଟ୍ ପଡ଼ିବ । ଏଥିପାଇଁ ଜୋରଦାର ନିର୍ବାଚନ ପ୍ରଚାର କରିଛନ୍ତି ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି ପକ୍ଷରୁ ଏକ ନମ୍ବର ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିଥିଲେ । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ଓ ନେତା ପ୍ରଚାର କରି ଭୋଟ୍ ଭିକ୍ଷା କରିଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଭଳି ପ୍ରମୁଖ ନେତା ଓଡ଼ିଶା ଆସି ପ୍ରଚାର କରିଛନ୍ତି । ଆଜି ଶେଷ ଦିନରେ ବି ବିଭିନ୍ନ ଦଳର ତାରକା ପ୍ରଚାରକମାନେ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶେଷ ଥର ପାଇଁ ଉଦ୍ୟମ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୩୦୫ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟର ଫଇସଲା ହେବ । ୫ ଲୋକସଭା ଆସନ ପାଇଁ ୪୦ ଓ ୩୫ ବିଧାନସଭା ଆସନରେ ୨୬୫ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ଏହି ପର୍ଯ୍ୟାୟରେ ବିଜେଡି, ବିଜେପି ଓ କଂଗ୍ରେସର ବହୁ ଟାଣୁଆ ନେତାଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରଦୀପ ପୁରୋହିତ, ସଙ୍ଗୀତା ସିଂଦେଓ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, କଳିକେଶ ସିଂଦେଓ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରଦୀପ ଅମାତ ପ୍ରମୁଖ ହେଭିୱେଟ ନେତାଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ଏହି ପର୍ଯ୍ୟାୟରେ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୭୯ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ।

#Odia#Odisha#News
Share Article:

Related Articles