News Room Odisha
BREAKING
Odia

ଆଜି ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, କାଲି ପୁରୀରେ ରୋଡ୍ ଶୋ’

ଭୁବନେଶ୍ଵର – ନିର୍ବାଚନ ପ୍ରଚାର ପାଇଁ ଆଜି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ସକାଳେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସକାଳ ୮ଟାରେ ରୋଡ୍ ଶୋ’ କରିବେ ମୋଦି। ଏହାପରେ ଅନୁଗୁଳ ଯାଇ ଏକ ଜନସଭାକୁ ସମ୍ବୋଧନ କରିବା ସହ କଟକରେ ଦିନ ସାଢେ ୧୧ଟାରେ ଜନ ସମାବେଶ କରିବେ। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି। ସାଧାରଣ [...]

Admin•May 19, 2024
Share Article:

ଭୁବନେଶ୍ଵର – ନିର୍ବାଚନ ପ୍ରଚାର ପାଇଁ ଆଜି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ସକାଳେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସକାଳ ୮ଟାରେ ରୋଡ୍ ଶୋ’ କରିବେ ମୋଦି। ଏହାପରେ ଅନୁଗୁଳ ଯାଇ ଏକ ଜନସଭାକୁ ସମ୍ବୋଧନ କରିବା ସହ କଟକରେ ଦିନ ସାଢେ ୧୧ଟାରେ ଜନ ସମାବେଶ କରିବେ। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି। ସାଧାରଣ ଲୋକଙ୍କ ପାଇଁ ଟ୍ରାଫିକ୍ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି। ସୁରକ୍ଷା ଦାୟିତ୍ଵରେ ୪ ଡେପୁଟି କମିଶନର, ୧୮ ଏସିପି, ୪୦ ଆଇଆଇସି, ୧୫୦ ବରିଷ୍ଠ ପୋଲିସ ଅଧିକାରୀ , ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ରହିବେ।

#Odia#Odisha#News
Share Article:

Related Articles