News Room Odisha
BREAKING
Odia

ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଦିନ ଗୋଟାଏ ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ

ଭୁବନେଶ୍ୱର – ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରାୟତଃ ଶାନ୍ତି ଶୃଙ୍ଖଳାରେ ଚାଲିଛି । ଆଜି ୫ଟି ଲୋକସଭା ଓ ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହାର ଉପରେ ସମସ୍ତଙ୍କର ନଜର ରହିଛି। ଦିନ ଗୋଟାଏ ସୁଦ୍ଧା ମତଦାନ ହାର ୩୫.୩୧ ପ୍ରତିଶତ ରହିଛି। ବରଗଡରେ ସର୍ବାଧିକ ୩୮ ଦଶମିକ ୧୮ ପ୍ରତିଶତ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୩୬.୩୨ ପ୍ରତିଶତ, କନ୍ଧମାଳରେ ୩୫.୦୯ ପ୍ରତିଶତ, ଆସ୍କାରେ ୩୪.୩୮ [...]

Admin•May 20, 2024
Share Article:

ଭୁବନେଶ୍ୱର – ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରାୟତଃ ଶାନ୍ତି ଶୃଙ୍ଖଳାରେ ଚାଲିଛି । ଆଜି ୫ଟି ଲୋକସଭା ଓ ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହାର ଉପରେ ସମସ୍ତଙ୍କର ନଜର ରହିଛି। ଦିନ ଗୋଟାଏ ସୁଦ୍ଧା ମତଦାନ ହାର ୩୫.୩୧ ପ୍ରତିଶତ ରହିଛି। ବରଗଡରେ ସର୍ବାଧିକ ୩୮ ଦଶମିକ ୧୮ ପ୍ରତିଶତ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୩୬.୩୨ ପ୍ରତିଶତ, କନ୍ଧମାଳରେ ୩୫.୦୯ ପ୍ରତିଶତ, ଆସ୍କାରେ ୩୪.୩୮ ଓ ବଲାଙ୍ଗୀରରେ ୩୨.୮୨ ପ୍ରତିଶତ ମତଦାନ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ୭୪ ପ୍ରତିଶତରୁ ଅଧିକ ରହିଥିଲା।

#Odisha#Odia
Share Article:

Related Articles