News Room Odisha
BREAKING
Odia

ନୂଆ ଫୌଜଦାରୀ ଆଇନ ବିରୋଧରେ ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ତିନି ନୂଆ ଫୌଜଦାରୀ ଆଇନକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ତିନି ଫୌଜଦାରୀ ଆଇନ ହେଉଛି ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ସାକ୍ଷ୍ୟ ଆଇନ । ବିଶାଳ ତିୱାରୀ ନାମକ ଜଣେ ଓକିଲ ଏହି ତିନି ଆଇନକୁ ଚ୍ୟାଲେଞ୍ଜ କରିଥିଲେ। ଏହି ତିନି ନୂଆ ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିବାକୁ ଆବେଦନକାରୀ ଦାବି କରିଥିଲେ। ସେ ଯୁକ୍ତି [...]

Admin•May 20, 2024
Share Article:

ନୂଆଦିଲ୍ଲୀ: ତିନି ନୂଆ ଫୌଜଦାରୀ ଆଇନକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ତିନି ଫୌଜଦାରୀ ଆଇନ ହେଉଛି ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ସାକ୍ଷ୍ୟ ଆଇନ । ବିଶାଳ ତିୱାରୀ ନାମକ ଜଣେ ଓକିଲ ଏହି ତିନି ଆଇନକୁ ଚ୍ୟାଲେଞ୍ଜ କରିଥିଲେ।

ଏହି ତିନି ନୂଆ ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିବାକୁ ଆବେଦନକାରୀ ଦାବି କରିଥିଲେ। ସେ ଯୁକ୍ତି କରିଥିଲେ ଯେ ଅଧିକାଂଶ ବିରୋଧୀ ଦଳ ସଦସ୍ୟଙ୍କୁ ନିଲମ୍ବିତ କରାଯାଇ ଏହି ତିନି ବିଲ୍ ସଂସଦରେ ବିନା କୌଣସି ଆଲୋଚନାରେ ପାରିତ ହୋଇଥିଲା। ଏହାଛଡ଼ା ନୂଆ ଫୌଜଦାରୀ ଆଇନକୁ ସେ ଜଙ୍ଗଲ ଆଇନ ଭାବେ ଅଭିହିତ କରି ଏହା ନାଗରିକଙ୍କ ଅଧିକାର ଉଲ୍ଲଙ୍ଘନ କରିବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ‌। ଏହି ତିନି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ଆକଳନ କରିବା ପାଇଁ ତୁରନ୍ତ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ ଆବେଦନକାରୀ। ତେବେ ଜଷ୍ଟିସ ବେଲା ଏମ୍ ତ୍ରିବେଦୀ ଏବଂ ଜଷ୍ଟିସ ପଙ୍କଜ ମିଥଲଙ୍କ ଏକ ଅବକାଶ କାଳୀନ ଖଣ୍ଡପୀଠ ତାଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରିବା ସହ ଆବେଦନକୁ ଖାରଜ କରିଛନ୍ତି।

ଏହି ତିନି‌ ଫୌଜଦାରୀ ବିଲ୍ ଗତ ବର୍ଷ ଡିସେମ୍ବର ୨୧ରେ ସଂସଦରେ ପାରିତ ହୋଇଥିଲା । ଡିସେମ୍ବର ୨୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ତିନି ନୂଆ ଫୌଜଦାରୀ ଆଇନକୁ ମଞ୍ଜୁରି ଦେଇଥିଲେ।

ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ସାକ୍ଷ୍ୟ ଆଇନ ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଲାଗୁ ହେବ। ଏହି ତିନି ଆଇନ ବ୍ରିଟିଶ ଯୁଗର ଭାରତୀୟ ପିଙ୍ଗଳ କୋଡ୍, ଅପରାଧିକ ଦଣ୍ଡ ପ୍ରକ୍ରିୟା ସଂହିତା ଏବଂ ୧୮୭୨ର ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେବ ।

#Odia#Odisha#News
Share Article:

Related Articles