News Room Odisha
BREAKING
Odia

ଚମ୍ପୁଆରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: ଦେଲେ ବିକାଶର ହିସାବ, ବିରୋଧୀଙ୍କୁ କଲେ ଟାର୍ଗେଟ

ଭୁବନେଶ୍ୱର – କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ଚମ୍ପୁଆ ବିଧାନସଭା କ୍ଷେତ୍ରରେ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ଏକ ଜନସଭାକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ବିରୋଧ କରି ହାଇକୋର୍ଟ, ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେମାନେ ବିଫଳ ହେଲେ ଏବଂ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସଫଳ ହେଲେ [...]

Admin•May 21, 2024
Share Article:

ଭୁବନେଶ୍ୱର – କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ଚମ୍ପୁଆ ବିଧାନସଭା କ୍ଷେତ୍ରରେ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ଏକ ଜନସଭାକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ବିରୋଧ କରି ହାଇକୋର୍ଟ, ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେମାନେ ବିଫଳ ହେଲେ ଏବଂ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସଫଳ ହେଲେ ।

ପାଣ୍ଡିଆନ କହିଥିଲେ ଯେ, ଅନ୍ୟ ରାଜ୍ୟମାନେ ଟ୍ରାଇବାଲ ବଜେଟ କମାଇ କମାଇ ଚାଲିଛନ୍ତି, କିନ୍ତୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଟ୍ରାଇବାଲ ବଜେଟକୁ ସବୁବେଳେ ବଢ଼ାଇ ବଢ଼ାଇ ଚାଲିଛନ୍ତି ‌। ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀମାନଙ୍କୁ ତାଙ୍କ ହୃଦୟର ସବୁଠାରୁ ଭଲ ସ୍ଥାନରେ ସମ୍ମାନର ସହ ରଖିଛନ୍ତି, ସେମାନଙ୍କ କଳା, ସଂସ୍କୃତି ଓ ପୂଜାସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ। ଅନ୍ୟ କୌଣସି ରାଜ୍ୟ ଏଭଳି କି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଏହା କରିନାହାନ୍ତି ବୋଲି କହିଛନ୍ତି ପାଣ୍ଡିଆ ନ । ଲକ୍ଷ ଲକ୍ଷ ଜନଜାତି ସମ୍ପ୍ରଦାୟର ଝିଅମାନଙ୍କ ପାଠପଢ଼ା ସୁବିଧା ପାଇଁ ହଷ୍ଟେଲ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ। ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତି ସମ୍ପ୍ରଦାୟଙ୍କ ଜଙ୍ଗଲଜାତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ କିଣିବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ଜନଜାତି ସମ୍ପ୍ରଦାୟଙ୍କ ଉପରୁ ୫୦ ହଜାର ଛୋଟ, ବଡ଼ ପୋଲିସ କେଶ ରଦ୍ଦ କରିଛନ୍ତି ରାଜ୍ୟ ସରକାର।

ମିଶନଶକ୍ତି ସମ୍ପର୍କରେ ପାଣ୍ଡିଆନ କହିଛନ୍ତି ଯେ, ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଶକ୍ତି । କୌଣସି ରାଜ୍ୟ ସରକାର ମା’ମାନଙ୍କ ଯିବାଆସିବା ବସ୍ ଭଡ଼ା ୫ ଟଙ୍କା କରିନାହାନ୍ତି । ଲକ୍ଷ୍ମୀ ବସରେ ୫ ଟଙ୍କାରେ ଏହି ସୁବିଧା ଦିଆଯାଉଛି ବୋଲି ସେ କହିଥିଲେ। ମହାପ୍ରଭୁ ଓ ଜନତାଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସାରା ଓଡ଼ିଶା କହୁଛି । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ବିଜୁଳି ବିଲ୍‍ ଛାଡ ହେବ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ ଏବଂ ତୃତୀୟ ଦସ୍ତଖତରେ ମିଶନଶକ୍ତି ମା’ ଓ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା କରାଯିବ ।

କେନ୍ଦୁଝରରେ ମେଡିକାଲ କଲେଜ, ଯୋଡ଼ା ଫ୍ଲାଇଓଭର ସହିତ ୧୨ ହଜାର ୬୦ କୋଟି ଟଙ୍କା ବିନିଯୋଗରେ ଘରେ ଘରେ ପିଇବା ପାଣି ସୁବିଧା କରାଯାଇଛି । ଏତେ ଭଲ କାମରେ ଦେଖି ବିରୋଧି ଦଳଙ୍କ ନିଦ ଭାଙ୍ଗିଗଲାଣି । ଏବେ ମିଛ କଥା କହି ଅପପ୍ରଚାର କରିବାରେ ଲାଗିଛନ୍ତି ବୋଲି ପାଣ୍ଡିଆନ କହିଥିଲେ।

#Odia#Odisha#News
Share Article:

Related Articles