News Room Odisha
BREAKING
Odia

ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ କୌଣସି ଆଶ୍ବସ୍ତି ମିଳିନାହିଁ। ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ସେ ତଳକୋର୍ଟ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ । ତଳକୋର୍ଟ ଏପ୍ରିଲ ୩୦ରେ ତାଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ। ଅନ୍ୟପକ୍ଷରେ ରାଉଜ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମିଆଦ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି [...]

Admin•May 21, 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ କୌଣସି ଆଶ୍ବସ୍ତି ମିଳିନାହିଁ। ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ସେ ତଳକୋର୍ଟ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ । ତଳକୋର୍ଟ ଏପ୍ରିଲ ୩୦ରେ ତାଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ।

ଅନ୍ୟପକ୍ଷରେ ରାଉଜ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମିଆଦ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତିି।

ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରି ହାଇକୋର୍ଟ କହିଛନ୍ତି, ସିସୋଦିଆ ଜଣେ ପ୍ରଭାବଶାଳୀ ବ୍ୟକ୍ତି। ତେଣୁ ସେ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବା ସମ୍ଭାବନା ରହିଛି। ତେବେ ହାଇକୋର୍ଟ ସିସୋଦିଆଙ୍କୁ ସପ୍ତାହରେ ଥରେ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି।

ସିସୋଦିଆ ଗତ ୧୫ ମାସ ଧରି ତିହାର ଜେଲରେ ବନ୍ଦୀ ଅଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ୨୬ ଫେବୃଆରୀ ୨୦୨୩ରେ ତାଙ୍କୁ ଗିରଫ କରିଥିଲା। ଏହାଛଡ଼ା ସିବିଆଇ ଏଫ୍ଆଇଆର୍ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ମଧ୍ୟ ଏହି ଆପ୍ ନେତାଙ୍କୁ ୯ ମାର୍ଚ୍ଚ ୨୦୨୩ରେ ଗିରଫ କରିଥିଲା। ସିସୋଦିଆ ୨୮ ଫେବୃଆରୀ ୨୦୨୩ରେ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏପର୍ଯ୍ୟନ୍ତ ୧୬ ଜଣ ଗିରଫ ହୋଇଛନ୍ତି। ସିସୋଦିଆଙ୍କ ବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ଆପ୍ ନେତା ସଞ୍ଜୟ ସିଂହ ଏବଂ ବିଆରଏସ୍ ନେତ୍ରୀ କେ.କବିତା ମଧ୍ୟ ଗିରଫ ହୋଇଛନ୍ତି। ତେବେ ସଞ୍ଜୟ ସିଂହ ଜାମିନରେ ମୁକୁଳିଥିବା ବେଳେ କେଜ୍ରିୱାଲଙ୍କୁ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ।

#Odia#Odisha#News
Share Article:

Related Articles