News Room Odisha
BREAKING
Odia

ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା : ବିକାଶ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତାମତ ନେଇଥିଲେ ମୁଖ୍ୟମନ୍ତ୍ରୀ। ବିଏସକେୱ।ଇ, ମିଶନ ଶକ୍ତି, ମମତା ଯୋଜନା, ଚାଷୀଙ୍କ କାଳିଆ ଯୋଜନା ଓ ଲକ୍ଷ୍ମୀ ବସ୍ ସେବା ଭଲ କି ବୋଲି ପଚାରିଥିଲେ ବିଜେଡି ସୁପ୍ରିମୋ । ଏକ ସ୍ୱରରେ ଜନତା ଏହାର ଉତ୍ତର ‘ହଁ’ରେ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୁଲାଇରୁ [...]

Admin•May 22, 2024
Share Article:

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତାମତ ନେଇଥିଲେ ମୁଖ୍ୟମନ୍ତ୍ରୀ। ବିଏସକେୱ।ଇ, ମିଶନ ଶକ୍ତି, ମମତା ଯୋଜନା, ଚାଷୀଙ୍କ କାଳିଆ ଯୋଜନା ଓ ଲକ୍ଷ୍ମୀ ବସ୍ ସେବା ଭଲ କି ବୋଲି ପଚାରିଥିଲେ ବିଜେଡି ସୁପ୍ରିମୋ । ଏକ ସ୍ୱରରେ ଜନତା ଏହାର ଉତ୍ତର ‘ହଁ’ରେ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ । ବିରୋଧୀ ଦଳର ନେତା ମିଛ କଥା କହୁଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିକାଶ ପ୍ରସଙ୍ଗରେ ବିରୋଧୀ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ।

#Odia#Odisha#News
Share Article:

Related Articles