News Room Odisha
BREAKING
Odia

ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲା: ନାବାଳକ ଅଭିଯୁକ୍ତର ଜାମିନ ରଦ୍ଦ

ପୁଣେ: ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଜୁଭେନାଇଲ ବୋର୍ଡ ବୁଧବାର ଅଭିଯୁକ୍ତ ନାବାଳକର ଜାମିନ ରଦ୍ଦ କରିଛନ୍ତିି । ତାକୁ ଜୁନ ୫ ପର୍ଯ୍ୟନ୍ତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ପୁଣେର ଜଣେ ଜଣାଶୁଣା ବିଲଡରଙ୍କ ପୁଅ । ରବିବାର ରାତିରେ ନାବାଳକ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଏକ ଲଗଜରୀ ପୋର୍ସ କାର୍ ଚଳାଇ ଯାଉଥିବା ବେଳେ କଲ୍ୟାଣୀ ନଗର ଅଞ୍ଚଳରେ ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ବେଳେ [...]

Admin•May 22, 2024
Share Article:

ପୁଣେ: ପୁଣେ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଜୁଭେନାଇଲ ବୋର୍ଡ ବୁଧବାର ଅଭିଯୁକ୍ତ ନାବାଳକର ଜାମିନ ରଦ୍ଦ କରିଛନ୍ତିି । ତାକୁ ଜୁନ ୫ ପର୍ଯ୍ୟନ୍ତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ପୁଣେର ଜଣେ ଜଣାଶୁଣା ବିଲଡରଙ୍କ ପୁଅ । ରବିବାର ରାତିରେ ନାବାଳକ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଏକ ଲଗଜରୀ ପୋର୍ସ କାର୍ ଚଳାଇ ଯାଉଥିବା ବେଳେ କଲ୍ୟାଣୀ ନଗର ଅଞ୍ଚଳରେ ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ବେଳେ କାରର ବେଗ ଥିଲା ଘଣ୍ଟା ପ୍ରତି ୨୦୦ କିଲୋମିଟର ।

ଏହି ଦୁର୍ଘଟଣାରେ ଦୁଇ ଜଣ ଯୁବ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଉଭୟ ମୃତକ ପୁଣେର ଏକ କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଭାବେ ଚାକିରି କରୁଥିଲେ। ତେବେ ଅଭିଯୁକ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ୧୫ ଘଣ୍ଟା ମଧ୍ୟରେ ସର୍ତ୍ତମୂଳକ ଜାମିନ ଦେଇଥିଲେ। କୋର୍ଟଙ୍କ ଏକ ଜାମିନ ସର୍ତ୍ତ ମଧ୍ୟରୁ ଗୋଟିଏ ଥିଲା ଏପରି – ନାବାଳକ ଅଭିଯୁକ୍ତ ଦୁର୍ଘଟଣା ଉପରେ ୩୦୦ ଶବ୍ଦର ଏକ ପ୍ରବନ୍ଧ ଲେଖିବେ । ନାବାଳକ ଜଣକ ନିଶାସକ୍ତ ଅବସ୍ଥାରେ ବେପରୁଆ ଗାଡ଼ି ଚଳାଇ ଦୁଇ ଜଣଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ସତ୍ତ୍ୱେ କୋର୍ଟ ତାକୁ ଏଭଳି ସର୍ତ୍ତ ସହ ଜାମିନ ଦେବା ନିଷ୍ପତ୍ତିକୁ ଚାରିଆଡୁ ସମାଲୋଚନା କରାଯାଇଥିଲା।

ପୁଣେ ପୋଲିସ ଜୁଭେନାଇଲ ବୋର୍ଡର ନିଷ୍ପତ୍ତି ବିରୋଧରେ ସେସନ କୋର୍ଟରେ ଆବେଦନ କରିଥିଲା ଏବଂ ଏହି ମାମଲାକୁ ଗୁରୁତର ବୋଲି କହିଥିଲା। ତେବେ ସେସନ କୋର୍ଟ ପୋଲିସକୁ ଜୁଭେନାଇଲ ବୋର୍ଡ ନିକଟକୁ ଯିବାକୁ କହିଥିଲେ । ବୁଧବାର ପୁଣେ ପୋଲିସର ରିଭ୍ୟୁ ପିଟିସନ ଉପରେ ଶୁଣାଣି କରି ନାବାଳକ ଅଭିଯୁକ୍ତର ଜାମିନ ବାତିଲ କରିଥିଲେ।

ବୁଧବାର ପୋଲିସ ଅଭିଯୁକ୍ତ ନାବାଳକର ବାପା ତଥା ବିଲଡର ବିଶାଲ ଅଗ୍ରୱାଲଙ୍କୁ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ମେ ୨୪ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଥିଲେ। କୋର୍ଟରୁ ନିଆଯାଉଥିବା ବେଳେ କିଛି ଲୋକ ପୋଲିସ୍ ଭ୍ୟାନ୍ ଉପରେ କାଳିମାଡ଼ କରି ସ୍ଲୋଗାନ ଦେଇଥିଲେ।

ଦୁର୍ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ନାବାଳକ ପୁଣେର ଦୁଇଟି ବାରରେ ସାଙ୍ଗମାନଙ୍କ ସହ ମଦ ପିଇଥିଲା । ମଦ୍ୟପାନରେ ୪୮,୦୦୦ ଟଙ୍କା ଖର୍ଚ୍ଚ କରିଥିଲା ନାବାଳକ । ଜଣେ ନାବାଳକକୁ ମଦ ଯୋଗାଇଥିବାରୁ ଉକ୍ତ ଦୁଇଟି ବାରକୁ ସିଲ୍ କରିଛି ପୁଣେ ପ୍ରଶାସନ।

#Odia#Odisha#News
Share Article:

Related Articles