News Room Odisha
BREAKING
Odia

ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି

ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ତଥା ନୃସିଂହ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ସମ୍ପନ୍ନ ହୋଇଛି। ଯାତ ଭୋଗ ସରିବା ପରେ ଠାକୁର ଚନ୍ଦନକୁ ଯାଇଥିଲେ। ଏହାପରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ହୋଇଥିଲା। ଚନ୍ଦନରୁ ଠାକୁର ଫେରିବା ପରେ ହୋମପାଳିଆ ପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ସିଂହଦ୍ୱାର ଓ ଦୋଳମଣ୍ଡପ ସାହି ଦେଇ ଚକ୍ର ନାରାୟଣ ମନ୍ଦିରକୁ ଯାଇଥିଲେ। ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ଚକ୍ରନାରାୟଣଙ୍କୁ ଲାଗି କରି ଫେରିଥିଲେ। ମହାପ୍ରଭୁଙ୍କ ମଇଲମ ହୋଇ ଆଳତି ବଢିଥିଲା। ପରେ [...]

Admin•May 23, 2024
Share Article:

ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ତଥା ନୃସିଂହ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ସମ୍ପନ୍ନ ହୋଇଛି। ଯାତ ଭୋଗ ସରିବା ପରେ ଠାକୁର ଚନ୍ଦନକୁ ଯାଇଥିଲେ। ଏହାପରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ହୋଇଥିଲା। ଚନ୍ଦନରୁ ଠାକୁର ଫେରିବା ପରେ ହୋମପାଳିଆ ପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ସିଂହଦ୍ୱାର ଓ ଦୋଳମଣ୍ଡପ ସାହି ଦେଇ ଚକ୍ର ନାରାୟଣ ମନ୍ଦିରକୁ ଯାଇଥିଲେ। ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ଚକ୍ରନାରାୟଣଙ୍କୁ ଲାଗି କରି ଫେରିଥିଲେ। ମହାପ୍ରଭୁଙ୍କ ମଇଲମ ହୋଇ ଆଳତି ବଢିଥିଲା। ପରେ ତିନି ବାଡରେ ଠାକୁରଙ୍କ ପଞ୍ଚାମୃତ ମହାସ୍ନାନ ହୋଇଥିଲା। ସର୍ବାଙ୍ଗ ବଢିବା ପରେ ଠାକୁର ନୂଆ ଲୁଗା ଲାଗି ହୋଇ ୬ ମୂର୍ତ୍ତିି ଅଳଙ୍କାର ଓ ଆଜ୍ଞାମାଳ ମଧ୍ୟ ଲାଗି ହୋଇଥିଲେ। ପାଣି ପଡ଼ି ସନ୍ଧ୍ୟାଧୂପ ନୀତି ବଢିବା ପରେ ମହାଜନ ସେବକ ନୃସିଂହଙ୍କୁ ଦକ୍ଷିଣୀ ଘରୁ ରତ୍ନସିଂହାସନକୁ ବିଜେ କରାଇଥିଲେ। ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଦେବା ପରେ ମହାଜନ ସେବକ ମୁକ୍ତି ମଣ୍ଡପ ଉପରକୁ ନୃସିଂହଙ୍କୁ ଖଟୁଲିରେ ବିଜେ କରାଇଥିଲେ। ନୃସିଂହ ମନ୍ଦିର ଭିତରେ ପତି ମହାପାତ୍ରେ ଏବଂ ମଣ୍ଡପ ଉପରେ ବିଜେ ନୃସିଂହଙ୍କ ପାଖରେ ପଣ୍ଡା ମହାସ୍ନାନ ପୂଜା କରିଥିଲେ। ଶୀତଳଭୋଗ ପଞ୍ଚୋପଚାରରେ ପୂଜା ବଢି ବନ୍ଦାପନା ହୋଇଥିଲା। ମହାଜନେ ନୃସିଂହଙ୍କୁ ହାତରେ ବିଜେ କରାଇ ଆଣି ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରାଇଥିଲେ। ବିମାନ ବଡୁମାନେ ନୃସିଂହଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭକୁ ବିଜେ କରାଇଥିଲେ । ସେଠାରେ ଭୋଗ ବନ୍ଦପନା ସରିବା ପରେ ଠାକୁର ବାହୁଡା ବିଜେ କରିଥିଲେ। ନୃସିଂହ ବିଜେ କରିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଲଟ ଲାଗି ହୋଇ ଅନ୍ୟାନ୍ୟ ନୀତି ବଢିଥିଲା।

#Odia#Odisha#News
Share Article:

Related Articles