News Room Odisha
BREAKING
Odia

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, କାଲି ସକାଳ ସୁଦ୍ଧା ଅବପାତ

ଭୁବନେଶ୍ୱର – ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସକାଳ ୫ଟା ୩୦ ମିନିଟ୍ ସୁଦ୍ଧା ପର୍ଯ୍ୟବେକ୍ଷଣ ଅନୁଯାୟୀ ସାମାନ୍ୟ ଉତ୍ତରପୂର୍ବ ଦିଗରେ ଗତିକରି ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି l ଏହା ଉତ୍ତରପୂର୍ବ ଦିଗରେ ଗତିକରିବା ସହ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ଏହା ନିଜର ଗତିର ଦିଗ ବଜାୟ ରଖିବା ସହ ଆହୁରି ଘନୀଭୂତ [...]

Admin•May 23, 2024
Share Article:

ଭୁବନେଶ୍ୱର – ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସକାଳ ୫ଟା ୩୦ ମିନିଟ୍ ସୁଦ୍ଧା ପର୍ଯ୍ୟବେକ୍ଷଣ ଅନୁଯାୟୀ ସାମାନ୍ୟ ଉତ୍ତରପୂର୍ବ ଦିଗରେ ଗତିକରି ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି l

ଏହା ଉତ୍ତରପୂର୍ବ ଦିଗରେ ଗତିକରିବା ସହ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ଏହା ନିଜର ଗତିର ଦିଗ ବଜାୟ ରଖିବା ସହ ଆହୁରି ଘନୀଭୂତ ହୋଇ ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତରପୂର୍ବ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ ପାଖାପାଖି ପହଞ୍ଚିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଲଘୁଚାପ ପ୍ରଭାବରେ ଓଡ଼ିଶାର କିଛି ଉପକୂଳ ଜିିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଦିଆଯାଇଛି। ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

#Odia#Odisha#News
Share Article:

Related Articles