News Room Odisha
BREAKING
Odia

ଦିଗପହଣ୍ଡି: ଦୁଇ ଜଣଙ୍କୁ ବଞ୍ଚାଇଲେ, ହେଲେ ନିଜେ ବଞ୍ଚି ପାରିଲେନି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ଗୁରୁବାର ସକାଳେ ଏକ ଅଘଟଣ ଘଟିଛି। ଏହି ବ୍ଲକ୍ ଅନ୍ତର୍ଗତ ଗଣିଆନାଳ ଗାଁରେ କୂଅ ସଫା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏକ କୂଅ ସଫା କରିବା ପାଇଁ ଦୁଇ ଜଣ ଶ୍ରମିକ ଆଜି ସକାଳେ କୂଅ ଭିତରକୁ ଯାଇଥିଲେ। ହେଲେ ପ୍ରବଳ ଗୁଳୁଗୁଳି ସହ ଅମ୍ଳଜାନ ଅଭାବରୁ ଦୁହେଁ କୂଅ ଭିତରେ ଅଣନିଃଶ୍ବାସୀ ହୋଇ ସହାୟତା ପାଇଁ ଚିତ୍କାର କରିଥିଲେ। ଏହା ଶୁଣି ଯୁବକ ଜଣକ ସେମାନଙ୍କୁ [...]

Admin•May 23, 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ଗୁରୁବାର ସକାଳେ ଏକ ଅଘଟଣ ଘଟିଛି। ଏହି ବ୍ଲକ୍ ଅନ୍ତର୍ଗତ ଗଣିଆନାଳ ଗାଁରେ କୂଅ ସଫା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏକ କୂଅ ସଫା କରିବା ପାଇଁ ଦୁଇ ଜଣ ଶ୍ରମିକ ଆଜି ସକାଳେ କୂଅ ଭିତରକୁ ଯାଇଥିଲେ। ହେଲେ ପ୍ରବଳ ଗୁଳୁଗୁଳି ସହ ଅମ୍ଳଜାନ ଅଭାବରୁ ଦୁହେଁ କୂଅ ଭିତରେ ଅଣନିଃଶ୍ବାସୀ ହୋଇ ସହାୟତା ପାଇଁ ଚିତ୍କାର କରିଥିଲେ। ଏହା ଶୁଣି ଯୁବକ ଜଣକ ସେମାନଙ୍କୁ ସହାୟତା ପାଇଁ ନିଜେ କୂଅ ଭିତରେ ପଶିଥିଲେ। ଏହା ଜାଣି ଗ୍ରାମବାସୀ ଦମକଳ ବାହିନୀକୁ ଫୋନ୍ କରିଥିଲେ। ତେଣେ ଯୁବକ ଜଣକ ଅନ୍ୟ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି କିଛିଟା ଉପରକୁ ନେଇ ଆସିଥିଲେ। ଦମକଳ ବାହିନୀ ତିନିଜଣଙ୍କୁ କୂଅ ଭିତରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତରଖାନାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଶ୍ରମିକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

#Odia#Odisha#News
Share Article:

Related Articles