News Room Odisha
BREAKING
Odia

ବିଭ୍ରାନ୍ତିକର ବିଜ୍ଞାପନ ନେଇ ବାବା ରାମଦେବଙ୍କ ବିରୋଧରେ ପୁଣି ଏକ ଫୌଜଦାରୀ ମାମଲା

ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦର ସହ ପ୍ରତିଷ୍ଠାତା ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ କେରଳ କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜୁ ହୋଇଛି। କମ୍ପାନୀର ବିଭ୍ରାନ୍ତିକର ବିଜ୍ଞାପନ ଅଭିଯୋଗରେ ଏହି ମାମଲା ଦାୟର ହୋଇଛି। କୋଜିକୋଡ ସ୍ଥିତ ଜୁଡିସିଆଲ୍ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଶୁଣାଣି ବେଳେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ବ୍ୟକ୍ତିଗତ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ନିକଟରେ [...]

Admin•May 24, 2024
Share Article:

ନୂଆଦିଲ୍ଲୀ: ପତଞ୍ଜଳି ଆୟୁର୍ବେଦର ସହ ପ୍ରତିଷ୍ଠାତା ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ କେରଳ କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜୁ ହୋଇଛି। କମ୍ପାନୀର ବିଭ୍ରାନ୍ତିକର ବିଜ୍ଞାପନ ଅଭିଯୋଗରେ ଏହି ମାମଲା ଦାୟର ହୋଇଛି।

କୋଜିକୋଡ ସ୍ଥିତ ଜୁଡିସିଆଲ୍ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଶୁଣାଣି ବେଳେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ବ୍ୟକ୍ତିଗତ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ନିକଟରେ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦ ବିରୋଧରେ‌ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରିଥିଲେ। ବିଭ୍ରାନ୍ତିକର ବିଜ୍ଞାପନ ଓ ଆଲୋପାଥି ଚିକିତ୍ସା ବିରୋଧରେ ଅପପ୍ରଚାର ନେଇ ବାବା ରାମଦେବ ଓ ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମ୍ଏ) ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା ‌। ବିଭ୍ରାନ୍ତିକର ବିଜ୍ଞାପନ ନେଇ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ରାମଦେବ ଓ ବାଲକ୍ରିଷ୍ଣା ସର୍ବ ସାଧାରଣରେ କ୍ଷମା ପ୍ରାର୍ଥନା କରିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

#Odia#Odisha#News
Share Article:

Related Articles