News Room Odisha
BREAKING
Odia

ସାଧାରଣ ଲୋକଙ୍କ ଭଳି ଅଟୋରେ ଆସି ମତାଧିକାର ସାବ୍ୟସ୍ତ କଲେ କାର୍ତ୍ତିକ ପାଣ୍ଡିଆନ, ଗଣତନ୍ତ୍ରର ମହାପର୍ବରେ ସାମିଲ ପାଇଁ ଅପିଲ୍

ଭୁବନେଶ୍ୱର – ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସକାଳୁ ସକାଳୁ ହିଁ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ସାଧାରଣ ଭୋଟରଙ୍କ ସହ ରାଜନେତା, ଅଧିକାରୀ ଓ ସେଲିବ୍ରିଟି । ଆଜି ସକାଳୁ ସକାଳୁ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ଥିଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସେ ଆଜି ସକାଳୁ ସକାଳୁ ସାଧାରଣ ଭୋଟର [...]

Admin•May 25, 2024
Share Article:

ଭୁବନେଶ୍ୱର – ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସକାଳୁ ସକାଳୁ ହିଁ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ସାଧାରଣ ଭୋଟରଙ୍କ ସହ ରାଜନେତା, ଅଧିକାରୀ ଓ ସେଲିବ୍ରିଟି । ଆଜି ସକାଳୁ ସକାଳୁ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ଥିଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସେ ଆଜି ସକାଳୁ ସକାଳୁ ସାଧାରଣ ଭୋଟର ଭାବେ ଆସି ନିଜ ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଜଧାନୀର ୟୁନିଟ -୬ ୪୪ ନମ୍ବର ବୁଥକୁ ଅଟୋରେ ଆସିଥିଲେ ପାଣ୍ଡିଆ ନ । ସାଧାରଣ ଲୋକଙ୍କ ପରି ଲାଇନରେ ଛିଡ଼ା ହୋଇ ନିଜ ପାଳିକୁ ଅପେକ୍ଷା କରିଥିଲେ ବିଜେଡିର ତାରକା ପ୍ରଚାରକ।

ସମସ୍ତେ ଆସି ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ ବୋଲି ମତାଧିକାର ସାବ୍ୟସ୍ତ କଲାପରେ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଛାତ୍ରଜୀବନ ସମୟରେ ଅଟୋରେ ଯାଉଥିଲୁ । ସେ ପୁରୁଣା ସ୍ମୃତି ମନେ ପଡିଗଲା ବୋଲି ପାଣ୍ଡିଆନ କହିଛନ୍ତି। ପାଣ୍ଡିଆନଙ୍କ ପୂର୍ବରୁ ପତ୍ନୀ ସୁଜାତା ପାଣ୍ଡିଆନ ମଧ୍ୟ ୪୪ ନମ୍ବର ବୁଥରେ ପହଞ୍ଚି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।

#Odia#Odisha#News
Share Article:

Related Articles