News Room Odisha
BREAKING
Odia

ପୁଣେ ହିଟ୍ ଆଣ୍ଡ୍ ରନ୍: ଘରୋଇ ଡ୍ରାଇଭରଙ୍କୁ ବନ୍ଧକ ରଖିବା ଅଭିଯୋଗରେ ନାବାଳକ ଅଭିଯୁକ୍ତର ଜେଜେ ଗିରଫ

ପୁଣେ (ମହାରାଷ୍ଟ୍ର): ପୁଣେ ପୋର୍ସ କାର୍ ଦୁର୍ଘଟଣାରେ ସମ୍ପୃକ୍ତ ୧୭ ବର୍ଷୀୟ ବାଳକର ଜେଜେବାପାଙ୍କୁ ଗିରଫ କରିଛି ପୋଲିସ। ନିଜ ଘରୋଇ ଡ୍ରାଇଭରକୁ ବନ୍ଧକ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନାନୁସାରେ ଏହି ମାମଲାରେ ନାବାଳକର ବାପା ବିଶାଲ ଅଗ୍ରୱାଲଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ପୁଣେ ପୋଲିସ ମହାନିର୍ଦ୍ଦେଶକ ଅମିତେଶ କୁମାର ଗତକାଲି କହିଥିଲେ ଯେ, ଦୁର୍ଘଟଣା ବେଳେ ନାବାଳକ କାର୍ ଚଳାଉ ନଥିଲା ବୋଲି ପ୍ରମାଣ କରିବାକୁ ଉଦ୍ୟମ [...]

Admin•May 25, 2024
Share Article:

ପୁଣେ (ମହାରାଷ୍ଟ୍ର): ପୁଣେ ପୋର୍ସ କାର୍ ଦୁର୍ଘଟଣାରେ ସମ୍ପୃକ୍ତ ୧୭ ବର୍ଷୀୟ ବାଳକର ଜେଜେବାପାଙ୍କୁ ଗିରଫ କରିଛି ପୋଲିସ। ନିଜ ଘରୋଇ ଡ୍ରାଇଭରକୁ ବନ୍ଧକ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନାନୁସାରେ ଏହି ମାମଲାରେ ନାବାଳକର ବାପା ବିଶାଲ ଅଗ୍ରୱାଲଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି।

ପୁଣେ ପୋଲିସ ମହାନିର୍ଦ୍ଦେଶକ ଅମିତେଶ କୁମାର ଗତକାଲି କହିଥିଲେ ଯେ, ଦୁର୍ଘଟଣା ବେଳେ ନାବାଳକ କାର୍ ଚଳାଉ ନଥିଲା ବୋଲି ପ୍ରମାଣ କରିବାକୁ ଉଦ୍ୟମ କରାଯାଉଛି ।

ନାବାଳକ ପରିବାରର ଡ୍ରାଇଭରଙ୍କ ଅଭିଯୋଗ ଅନୁଯାୟୀ, ୟେରୱାଡା ପୋଲିସ ନାବାଳକର ଜେଜେବାପା ଏବଂ ବାପାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫା ଅନୁଯାୟୀ ମାମଲା ରୁଜୁ କରିଛି ।

କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି, ଦୁର୍ଘଟଣା ପରେ ନାବାଳକର ଜେଜେବାପା ଏବଂ ବାପା ଡ୍ରାଇଭରଙ୍କ ଫୋନ ନେଇଯାଇଥିଲେ ଏବଂ ତାଙ୍କୁ ନିଜ ବଙ୍ଗଳାରେ ବନ୍ଧକ ରଖିଥିଲେ। ”

ଉଲ୍ଲେଖଯୋଗ୍ୟ, ଗତ ରବିବାର ରାତି ପ୍ରାୟ ୩ଟାରେ ନାବାଳକ ନିଜ ପୋର୍ସ କାର୍ ସହ ପୁଣେର କଲ୍ୟାଣୀ ନଗର ଅଞ୍ଚଳରେ ବାଇକରେ ଯାଉଥିବା ଦୁଇଜଣ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଦାବି କରିଛି ଯେ ନାବାଳକ ଜଣକ ମଦ ପିଇ କାର୍ ଚଳାଉଥିଲା ଓ ହାଇସ୍ପିଡରେ ଡ୍ରାଇଭିଂ କରୁଥିଲା।

ନାବାଳକ ଅଭିଯୁକ୍ତ ପୁଣେର ଜଣାଶୁଣା ରିଅଲ୍ ଇଷ୍ଟେଟ୍ ଡେଭଲପର ବିଶାଲ ଅଗ୍ରୱାଲଙ୍କ ପୁଅ। ଜୁଭେନାଇଲ କୋର୍ଟ ମାତ୍ର ୧୫ ଘଣ୍ଟାରେ ଅଭିଯୁକ୍ତ ନାବାଳକକୁ ଜାମିନରେ ଛାଡ଼ି ଦେଇଥିଲେ। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଜୁଭେନାଇଲ ବୋର୍ଡ ନାବାଳକର ଜାମିନ ରଦ୍ଦ କରିଥିଲେ।

ପୁଣେର ଏକ ସ୍ଥାନୀୟ କୋର୍ଟ ନାବାଳକର‌ ବାପାଙ୍କ ସହ ଏହି ମାମଲାରେ ଗିରଫ ୬ ଜଣ ଅଭିଯୁକ୍ତଙ୍କୁ ଜୁନ୍ ୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ନାବାଳିକା ଅଭିଯୁକ୍ତକୁ ଜୁନ୍ ୫ ଯାଏଁ ସୁଧାର ଗୃହକୁ ପଠାଯାଇଛି।

#Odia#Odisha#News
Share Article:

Related Articles