News Room Odisha
BREAKING
Odia

ସୁକିନ୍ଦାରେ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର, ବିରୋଧୀ ଦଳ ନେତାଙ୍କୁ ଶାଣିତ ଆକ୍ରମଣ

ଭୁବନେଶ୍ୱର – ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଜୁନ ପହିଲାରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଜୋର୍ ଧରିଛି । ମତଦାନ ହେବାକୁ ଥିବା ନିର୍ବାଚନମଣ୍ଡଳୀ ସବୁରେ ବିଭିନ୍ନ ଦଳ ପକ୍ଷରୁ ସରଗରମ ପ୍ରଚାର ହେଉଛି । ଆଜି ଯାଜପୁରର ଜିଲ୍ଲା ସୁକିନ୍ଦାରେ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସୁକିନ୍ଦାରେ ନିର୍ବାଚନୀ ସଭାକୁ ସମ୍ବୋଧନ [...]

Admin•May 25, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଜୁନ ପହିଲାରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଜୋର୍ ଧରିଛି । ମତଦାନ ହେବାକୁ ଥିବା ନିର୍ବାଚନମଣ୍ଡଳୀ ସବୁରେ ବିଭିନ୍ନ ଦଳ ପକ୍ଷରୁ ସରଗରମ ପ୍ରଚାର ହେଉଛି । ଆଜି ଯାଜପୁରର ଜିଲ୍ଲା ସୁକିନ୍ଦାରେ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସୁକିନ୍ଦାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରି ପାଣ୍ଡିଆନ ଦୋହରାଇଛନ୍ତି ଯେ, ଲୋକଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।ଶପଥ ନେବା ପରେ ପ୍ରଥମେ ବିଜୁଳି ବିଲ୍ ଛାଡ ପାଇଁ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସାମିଲ କରିବା ପାଇଁ ଦ୍ୱିତୀୟ ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତି ମହିଳାଙ୍କ ପେନସନ ପାଇଁ ତୃତୀୟ ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ।

ବିରୋଧୀ ଦଳ ନେତାଙ୍କୁ ପୁଣି ଥରେ ଟୁରିଷ୍ଟ ବୋଲି ଆକ୍ଷେପ କରିଛନ୍ତି ପାଣ୍ଡିଆନ। ନିର୍ବାଚନ ବେଳେ ଟୁରିଷ୍ଟ ହୋଇ ବିରୋଧୀ ନେତା ଆସିବେ ବୋଲି ପାଣ୍ଡିଆନ କହିଛନ୍ତି। ମାଗଣା ବିଜୁଳି ଦେବ କହି ବିଜେପି ଦିନରେ ଲଣ୍ଠନ ଦେଖାଉଛି ବୋଲି ସେ କହିଛନ୍ତି।ବିରୋଧୀମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ। ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ପାଣ୍ଡିଆନ ଅପିଲ କରିଥିଲେ।

#Odia#Odisha#News
Share Article:

Related Articles