News Room Odisha
BREAKING
Odia

‘ବିଏସକେୱାଇ’ ଦେଲା ନୂଆ ଜୀବନ: ନୂଆପଡ଼ାରେ ମେରୁଦଣ୍ଡ ଅସ୍ତ୍ରୋପଚାର

ନୂଆପଡ଼ା: ନୂଆପଡ଼ା ଜିଲା ଭଳି ଉପାନ୍ତ ଅଞ୍ଚଳରେ ଅସ୍ତିଶଲ୍ୟ ବିଶେଷଜ୍ଞ ଡା.ବିପୁଲ ଗର୍ଗଙ୍କ ପ୍ରଚେଷ୍ଟାରେ ବିଏସକେୱାଇ କାର୍ଡରେ ସଫଳ ଚିତ୍ର ସାମନାକୁ ଆସିଛି। ସଦର ମହକୁମାରେ ଥିବା ଘରୋଇ ଡାକ୍ତରଖାନାରେ ଜଣେ ବ୍ୟକ୍ତିଙ୍କ ମେରୁଦଣ୍ଡରେ ସଫଳତାର ସହ ଅସ୍ତ୍ରୋପଚାରକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସୂଚନା ଅନୁସାରେ, କୋମନା ବ୍ଲକ ନୂଆଗାଁର ଦେବେନ୍ଦ୍ର ଭୋଇ(୫୫) ବେକରେ ଯନ୍ତ୍ରଣା ଅନୁଭବ କରି ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାସହ ତାଙ୍କ ୨ ହାତ କାର୍ଯ୍ୟକ୍ଷମ ହେଉ ନଥିଲା। ଶରୀରର [...]

Admin•May 26, 2024
Share Article:

ନୂଆପଡ଼ା: ନୂଆପଡ଼ା ଜିଲା ଭଳି ଉପାନ୍ତ ଅଞ୍ଚଳରେ ଅସ୍ତିଶଲ୍ୟ ବିଶେଷଜ୍ଞ ଡା.ବିପୁଲ ଗର୍ଗଙ୍କ ପ୍ରଚେଷ୍ଟାରେ ବିଏସକେୱାଇ କାର୍ଡରେ ସଫଳ ଚିତ୍ର ସାମନାକୁ ଆସିଛି। ସଦର ମହକୁମାରେ ଥିବା ଘରୋଇ ଡାକ୍ତରଖାନାରେ ଜଣେ ବ୍ୟକ୍ତିଙ୍କ ମେରୁଦଣ୍ଡରେ ସଫଳତାର ସହ ଅସ୍ତ୍ରୋପଚାରକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସୂଚନା ଅନୁସାରେ, କୋମନା ବ୍ଲକ ନୂଆଗାଁର ଦେବେନ୍ଦ୍ର ଭୋଇ(୫୫) ବେକରେ ଯନ୍ତ୍ରଣା ଅନୁଭବ କରି ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାସହ ତାଙ୍କ ୨ ହାତ କାର୍ଯ୍ୟକ୍ଷମ ହେଉ ନଥିଲା। ଶରୀରର ଏକ ଅଂଶ ପକ୍ଷାଘାତ ପରି ହୋଇଯାଇଥିଲା। ଏନେଇ ସେ ଘରୋଇ ଡାକ୍ତରଖାନାରେ ଡା.ଗର୍ଗଙ୍କ ପରାମର୍ଶ କ୍ରମେ ପରୀକ୍ଷା କରିଥିଲେ। ପରୀକ୍ଷାରେ ମେରୁଦଣ୍ଡ ବଙ୍କା ହୋଇଥିବା ଓ ଶିରା ଦବି ଯାଇଥିବା ଜାଣିବାକୁ ପାଇ ଅସ୍ତ୍ରୋପଚାର ଦ୍ୱାରା ସମ୍ଭବ ହେବ ବୋଲି କହିଥିଲେ। ଦେବେନ୍ଦ୍ରଙ୍କ ଆର୍ଥିକ ସ୍ଥିତି ସୃଦୃଢ଼ ନଥିବା ବେଳେ ବିଏସକେୱାଇ ଯୋଜନାରେ ଅସ୍ତ୍ରୋପଚାର କରାଯାଇଥିଲା। ଡା. ଗର୍ଗଙ୍କ ସହ ରାଜ୍ୟ ବାହାରୁ ଡାକ୍ତର ଆସି ଅସ୍ତ୍ରୋପଚାର କରିଥିଲେ। ସମ୍ପ୍ରତି ଦେବେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ବ୍ୟୟବହୁଳ ଚିକିତ୍ସାର ସମସ୍ତ ଖର୍ଚ୍ଚ ବିଏସକେୱାଇ ବହନ କରିଥିବାରୁ ନୂଆଁ ଜୀବନ ଫେରି ପାଇଥିବା ଦେବେନ୍ଦ୍ରଙ୍କ ପରିବାର ଲୋକେ କହିଛନ୍ତି।

#Odia#Odisha#News
Share Article:

Related Articles