News Room Odisha
BREAKING
Odia

ଶ୍ରୀକ୍ଷେତ୍ରରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ରଥ ପ୍ରସ୍ତୁତି

ଶ୍ରୀକ୍ଷେତ୍ରରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ରଥ ପ୍ରସ୍ତୁତି। ଏହି କ୍ରମରେ ତିନିରଥ ମହାରଣା ସେବକମାନେ ତିନିରଥର ଗୁଜ, ଜଳଜନ୍ତ୍ର, ତିଖ ଗୁଜ ଚଉପଟ ଶେଷ କରିଛନ୍ତି। ପ୍ରଥମ ଦଫାରେ ଏଗାରଟି ଲେଖାଏଁ ଚଉପଟ ଗୁଜାରେ ତିନି ରଥର ରୂପକାର ସେବକ ମାନେ ଗୁଜରେ ନୃସିଂହ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ଏଥି ସହ ମହାରଣା ସେବକ ମାନେ ତିନି ରଥର ୯ଟି ଲେଖାଏଁ ଜଳଜନ୍ତ୍ର (ପାର୍ଶ୍ଵ ଦେବତାଙ୍କ ଆସ୍ଥାନ ପ୍ରେମ) ନିର୍ମାଣ ଶେଷ କରି ଚକରେ [...]

Admin•May 27, 2024
Share Article:

ଶ୍ରୀକ୍ଷେତ୍ରରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ରଥ ପ୍ରସ୍ତୁତି। ଏହି କ୍ରମରେ ତିନିରଥ ମହାରଣା ସେବକମାନେ ତିନିରଥର ଗୁଜ, ଜଳଜନ୍ତ୍ର, ତିଖ ଗୁଜ ଚଉପଟ ଶେଷ କରିଛନ୍ତି। ପ୍ରଥମ ଦଫାରେ ଏଗାରଟି ଲେଖାଏଁ ଚଉପଟ ଗୁଜାରେ ତିନି ରଥର ରୂପକାର ସେବକ ମାନେ ଗୁଜରେ ନୃସିଂହ ରୂପ ଖୋଦେଇ ଆରମ୍ଭ କରିଛନ୍ତି ।

ଏଥି ସହ ମହାରଣା ସେବକ ମାନେ ତିନି ରଥର ୯ଟି ଲେଖାଏଁ ଜଳଜନ୍ତ୍ର (ପାର୍ଶ୍ଵ ଦେବତାଙ୍କ ଆସ୍ଥାନ ପ୍ରେମ) ନିର୍ମାଣ ଶେଷ କରି ଚକରେ ପଇ ପିନ୍ଧା କାର୍ଯ୍ୟ ପାଇଁ ତିନି ରଥର ଦୁଇଟି ଲେଖାଏଁ ଯନ୍ତା ପଟା ପ୍ରସ୍ତୁତ ପରେ ମାପ ପ୍ରକାରେ ସେଥିରେ ବିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି ।

କମାର ଶାଳ: ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେଆଜି ସୁଦ୍ଧା ଛ, ଛ ଟି ଚକ ପାଇଁ ପନ୍ଦାରି ବଳା ନିର୍ମାଣ ସହ, ଆଠ ଆଠଟି ଚକ ପାଇଁ ଅର କଣ୍ଟା ନିର୍ମାଣ ଶେଷ କରି ବାକି ଚକ ଗୁଡ଼ିକ ପାଇଁ ଅର କଣ୍ଟା ଏବଂ ପନ୍ଦାରି ବଳା ନିର୍ମାଣ ଜାରୀ ରଖିଛନ୍ତି ।

#Odia#Odisha#News
Share Article:

Related Articles