News Room Odisha
BREAKING
Odia

ଆଜିଠୁ ବଢିବ ତାତି , ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା

ଭୁବନେଶ୍ୱର – କିଛି ଦିନର ବିରତି ପରେ ଆଜିଠୁ ରାଜ୍ୟରେ ତାପମାତ୍ରା ବଢିବା ସମ୍ଭାବନା ରହିଛି। ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ। ଏହାସହ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏଣେ ମେ’ ୩୧ ବା ଜୁନ ୧ ତାରିଖରେ ମୌସୁମୀ ବାୟୁ କେରଳରେ ପ୍ରବେଶ [...]

Admin•May 28, 2024
Share Article:

ଭୁବନେଶ୍ୱର – କିଛି ଦିନର ବିରତି ପରେ ଆଜିଠୁ ରାଜ୍ୟରେ ତାପମାତ୍ରା ବଢିବା ସମ୍ଭାବନା ରହିଛି। ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ। ଏହାସହ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି।

ଏଣେ ମେ’ ୩୧ ବା ଜୁନ ୧ ତାରିଖରେ ମୌସୁମୀ ବାୟୁ କେରଳରେ ପ୍ରବେଶ କରିବା ସମ୍ଭାବନା ରହିଛି। ମେ’ ୧୯ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁସାରିଛି କେରଳରେ ପହଞ୍ଚିବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସୂଚନାଯୋଗ୍ୟ ଯେ, ଗତବର୍ଷ ଓଡ଼ିଶାକୁ ବିଳମ୍ବରେ ଆସି ଶୀଘ୍ର ଫେରିଯାଇଥିଲା ମୌସୁମୀ।

#Odia#Odisha#News
Share Article:

Related Articles