News Room Odisha
BREAKING
Odia

ଦିଲ୍ଲୀରୁ ବାରାଣସୀ ଯାଉଥିବା ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ସକାଳେ ବାରାଣସୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଥିବା ଗୁଜବ ପରେ ସବୁ ଯାତ୍ରୀମାନଙ୍କୁ ଓହ୍ଲାଇ ତଲାସି କରାଯାଇଛି।ତେବେ ବିମାନରେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ଅଧିକାରୀଙ୍କ କହିବା ଅନୁସାରେ ଦିଲ୍ଲୀ-ବାରାଣସୀ ଇଣ୍ଡିଗୋ ଫ୍ଲାଇଟ୍ ନମ୍ବର ୬ଇ୨୨୧୧ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିମାନ ଟଏଲେଟରେ ଏକ କାଗଜ ମିଳିଥିଲା, ଯେଉଁଥିରେ ବିମାନରେ ବୋମା ଅଛି ବୋଲି ଲେଖାଯାଇଥିଲା। ଜଣେ ପାଇଲଟ୍ [...]

Admin•May 28, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ସକାଳେ ବାରାଣସୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଥିବା ଗୁଜବ ପରେ ସବୁ ଯାତ୍ରୀମାନଙ୍କୁ ଓହ୍ଲାଇ ତଲାସି କରାଯାଇଛି।ତେବେ ବିମାନରେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ।

ଅଧିକାରୀଙ୍କ କହିବା ଅନୁସାରେ ଦିଲ୍ଲୀ-ବାରାଣସୀ ଇଣ୍ଡିଗୋ ଫ୍ଲାଇଟ୍ ନମ୍ବର ୬ଇ୨୨୧୧ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିମାନ ଟଏଲେଟରେ ଏକ କାଗଜ ମିଳିଥିଲା, ଯେଉଁଥିରେ ବିମାନରେ ବୋମା ଅଛି ବୋଲି ଲେଖାଯାଇଥିଲା।

ଜଣେ ପାଇଲଟ୍ ଟଏଲେଟରେ ପଡ଼ିଥିବା ଉକ୍ତ କାଗଜ ଖଣ୍ଡ ଦେଖିଥିଲେ । ଆଗାମୀ ୩୦ ମିନିଟ୍ ମଧ୍ୟରେ ଫ୍ଲାଇଟରେ ବୋମା ବିସ୍ଫୋରଣ ହେବ ବୋଲି ଏଥିରେ ଲେଖା ଯାଇଥିଲା। ପାଇଲଟ୍ ଏନେଇ ନିୟନ୍ତ୍ରଣ କକ୍ଷକୁ ଜଣାଇଥିଲେ।

ବିମାନରେ ମୋଟ ୧୭୬ ଯାତ୍ରୀ ଥିଲେ । ବୋମା ଧମକ ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏହାପରେ ବିମାନକୁ ଏକ ନିଛାଟିଆ ସ୍ଥାନକୁ ନିଆଯାଇ ତଲାସି କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ବିମାନରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା କୁହାଯାଇଛି।

#Odia#Odisha#News
Share Article:

Related Articles