News Room Odisha
BREAKING
Odia

କନ୍ଧମାଳ: ବସ୍ ଓଲଟି କଣ୍ଡକ୍ଟର ଓ କଲେଜ ଛାତ୍ର ମୃତ, ୨୭ ଆହତ

ଫୁଲବାଣୀ: ମୁନିଗୁଡାରୁ ଫୁଲବାଣୀ ଆସୁଥିବା ଏକ ବସ୍ ଆଜି ରାତି ପ୍ରାୟ ୯ଟାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି। ଘଟଣାସ୍ଥଳରେ ବସ୍ କଣ୍ଡକ୍ଟର ବିଜୟ ପଟ୍ଟନାୟକ ଓ ଫିରିଙ୍ଗିଆ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ର ଅର୍ଜୁନ କହଁରଙ୍କ ମୃତ୍ୟୁ ଘଟିଛି। (୧୭)। ଦୁର୍ଘଟଣାରେ ପ୍ରାୟ ୨୭ ଜଣ ଆହତ ହୋଇଛନ୍ତି। ୫ ଜଣ ସାମାନ୍ୟ ଆହତ ଫିରିଙ୍ଗିଆ ଡାକ୍ତରଖାନାରେ ଓ ୨୨ ଜଣ ଫୁଲବାଣୀସ୍ଥିତ ଜିଲ୍ଲା [...]

Admin•May 28, 2024
Share Article:

ଫୁଲବାଣୀ: ମୁନିଗୁଡାରୁ ଫୁଲବାଣୀ ଆସୁଥିବା ଏକ ବସ୍ ଆଜି ରାତି ପ୍ରାୟ ୯ଟାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି। ଘଟଣାସ୍ଥଳରେ ବସ୍ କଣ୍ଡକ୍ଟର ବିଜୟ ପଟ୍ଟନାୟକ ଓ ଫିରିଙ୍ଗିଆ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ର ଅର୍ଜୁନ କହଁରଙ୍କ ମୃତ୍ୟୁ ଘଟିଛି। (୧୭)। ଦୁର୍ଘଟଣାରେ ପ୍ରାୟ ୨୭ ଜଣ ଆହତ ହୋଇଛନ୍ତି। ୫ ଜଣ ସାମାନ୍ୟ ଆହତ ଫିରିଙ୍ଗିଆ ଡାକ୍ତରଖାନାରେ ଓ ୨୨ ଜଣ ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ ଓଲଟି ପଡିଥିଲା। ଆହତଙ୍କ ମଧ୍ୟରେ ୧୦ ବର୍ଷ ବା ତା ଠାରୁ କମ୍ ବୟସର ପ୍ରାୟ ୫ ଜଣ ଶିଶୁ ରହିଛନ୍ତି। ପ୍ରାୟ ୧୫ ଜଣଙ୍କୁ ଅଧିକ ଆଘାତ ଲାଗିଥିବାରୁ ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ତଥା ପୋଲିସ ବାହିନୀ ତତ୍ପରତା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଫିରିଙ୍ଗିଆ ଓ ଫୁଲବାଣୀ ସଦର ଥାନା ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ଓ ଫିରିଙ୍ଗିଆ ଡାକ୍ତରଖାନାରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ଏସପି ଶୁଭେନ୍ଦୁ କୁମାର ପାତ୍ର ଦୁର୍ଘଟଣା ପୀଡ଼ିତଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମଓ ଡା ମନୋଜ କୁମାର ଉପାଧ୍ୟାୟ, ଏଡିଏମଓ ଡା ବିଜୟ କୁମାର ପଣ୍ଡା ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି।

#Odia#Odisha#News
Share Article:

Related Articles