News Room Odisha
BREAKING
Odia

ବିଜେପିର ଆଉ ଏକ ଅଶାଳୀନ ଟିପ୍ପଣୀର ଶାଳୀନତାପୂର୍ବକ ଦୃଢ଼ ଜବାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବାରେ ଲାଗିଛନ୍ତି ବିଜେପିର ତାରକା ପ୍ରଚାରକମାନେ । ବିଶେଷକରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନବୀନଙ୍କ ବିରୋଧରେ ଅବାଞ୍ଛିତ ଟିକା ଟିପ୍ପଣୀ କରିଛନ୍ତି। ଆଉ ପ୍ରତ୍ୟେକ ଥର ବିଜେଡି ଦୃଢ଼ ଜବାବ ଦେଇ ତାଙ୍କୁ ଲଜ୍ଜିତ କରୁଛି । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶାଳୀନତା ରକ୍ଷା ପୂର୍ବକ ଆସାମ ମୁଖ୍ୟମନ୍ତ୍ରୀ [...]

Admin•May 28, 2024
Share Article:

ଭୁବନେଶ୍ୱର – ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବାରେ ଲାଗିଛନ୍ତି ବିଜେପିର ତାରକା ପ୍ରଚାରକମାନେ । ବିଶେଷକରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନବୀନଙ୍କ ବିରୋଧରେ ଅବାଞ୍ଛିତ ଟିକା ଟିପ୍ପଣୀ କରିଛନ୍ତି। ଆଉ ପ୍ରତ୍ୟେକ ଥର ବିଜେଡି ଦୃଢ଼ ଜବାବ ଦେଇ ତାଙ୍କୁ ଲଜ୍ଜିତ କରୁଛି । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶାଳୀନତା ରକ୍ଷା ପୂର୍ବକ ଆସାମ ମୁଖ୍ୟମନ୍ତ୍ରୀ ଓ ଅନ୍ଯ ବିଜେପି ନେତାଙ୍କ ଅପପ୍ରଚାରର ଦୃଢ଼ ଜବାବ ଦେଇଛନ୍ତି। କିନ୍ତୁ ବିଜେପି ନେତାମାନେ ନବୀନଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ ଜାରି ରଖିବା ସହ ଶାଳୀନତାର ସୀମା ଅତିକ୍ରମ କରୁଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତକୁ ନେଇ ବିଜେପି ଏକ ଅପପ୍ରଚାର କରିଛି । ସାମାଜିକ ଗଣମାଧ୍ୟମରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓର ଦୃଢ଼ ଜବାବ ଦେଇଛନ୍ତି ନବୀନ। ଶାଳୀନତା ରକ୍ଷା ପୂର୍ବକ ନିଜର ସ୍ୱଭାବସୁଲଭ ଢଙ୍ଗରେ ଭିଡିଓ ବାର୍ତ୍ତା ଜରିଆରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଅପପ୍ରଚାରର ଦୃଢ଼ ଜବାବ ରଖିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ ହାତ ବାଡେଇ ଦମ୍ଭ ଦେଖାଇବା ସହ ବିଜେପିକୁ ପୁଣି ଲଜ୍ଜିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭିଡିଓରେ ନିଜ ହାତକୁ ବାଡେଇ କହିଛନ୍ତି ଯେ, ତାଙ୍କ ହାତକୁ ନେଇ ଅଯଥା ଆଲୋଚନା ହେଉଛି । ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାରେ ବିଜେପି ଜଣାଶୁଣା । ଏବେ ତାଙ୍କ ହାତକୁ ନେଇ ଆଲୋଚନା ହେବାରେ ଲାଗିଛି। ଏହାକୁ ନେଇ ଅପପ୍ରଚାର କରୁଛି ବିଜେପି । କିନ୍ତୁ ସେ ନିଶ୍ଚିତ ଯେ, ବିଜେପିର ଏହି ପ୍ରସଙ୍ଗ କାମ କରିବ ନାହିଁ ବୋଲି ନବୀନ ଭିଡିଓ ବାର୍ତ୍ତାରେ କାଉଣ୍ଟର କରି ବିରୋଧୀ ଦଳର ମୁହଁ ବନ୍ଦ କରିଦେଇଛନ୍ତି।

#Odia#Odisha#News
Share Article:

Related Articles