News Room Odisha
BREAKING
Odia

ବିଜେପି ନେତାଙ୍କ ଅପଶବ୍ଦ ଓ ମିଥ୍ୟା ଅଭିଯୋଗ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବିଜେପି ନେତା, କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅପଶବ୍ଦ ପ୍ରୟୋଗ କରୁଛନ୍ତି। ସେମାନେ ଅତିଥି ଭଳି ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରୁଛନ୍ତି । କିନ୍ତୁ ନିର୍ବାଚନ ପ୍ରଚାରରେ ବିଜେପି ନେତାମାନେ ଅପଶବ୍ଦ ପ୍ରୟୋଗ କରିବା ସହ ମିଥ୍ୟା ଅଭିଯୋଗ କରୁଛନ୍ତି, ଯାହା କି ଜମା ଗ୍ରହଣୀୟ ନୁହେଁ। ଓଡିଶାବାସୀ ଅପଶବ୍ଦ ବ୍ୟବହାର ଓ ମିଥ୍ୟା ଅଭିଯୋଗକୁ କେବେ ବି ଗ୍ରହଣ କରିବେ [...]

Admin•May 28, 2024
Share Article:

ଭୁବନେଶ୍ୱର – ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବିଜେପି ନେତା, କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଅପଶବ୍ଦ ପ୍ରୟୋଗ କରୁଛନ୍ତି। ସେମାନେ ଅତିଥି ଭଳି ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରୁଛନ୍ତି । କିନ୍ତୁ ନିର୍ବାଚନ ପ୍ରଚାରରେ ବିଜେପି ନେତାମାନେ ଅପଶବ୍ଦ ପ୍ରୟୋଗ କରିବା ସହ ମିଥ୍ୟା ଅଭିଯୋଗ କରୁଛନ୍ତି, ଯାହା କି ଜମା ଗ୍ରହଣୀୟ ନୁହେଁ। ଓଡିଶାବାସୀ ଅପଶବ୍ଦ ବ୍ୟବହାର ଓ ମିଥ୍ୟା ଅଭିଯୋଗକୁ କେବେ ବି ଗ୍ରହଣ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ରେ କହିବା ସହ ଏଥିରୁ ନିବୃତ୍ତ ରହିବା ପାଇଁ ବିଜେପିକୁ ପରାମର୍ଶ ଦେଇଛନ୍ତି। ବିଜେପି ନେତାମାନଙ୍କ ମଧ୍ୟରେ ସଦବୁଦ୍ଧି ଉଦୟ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ନବୀନ।

ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ବାରମ୍ବାର କହୁଛି । କର୍ଣ୍ଣାଟକ, ତେଲେଙ୍ଗାନା ଓ ହିମାଚଳ ପ୍ରଦେଶରେ ମଧ୍ୟ ସରକାର ଗଠନ କରିବ ବୋଲି ବିଜେପି କହୁଥିଲା । କିନ୍ତୁ ବିଫଳ ହୋଇଛି ବୋଲି ନବୀନ ମନେ ପକାଇ ଦେଇଛନ୍ତି।

#Odia#Odisha#News
Share Article:

Related Articles