News Room Odisha
BREAKING
Odia

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ହେଉଛି ପ୍ରଚାର, ଆଜି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି ବିଭିନ୍ନ ଦଳ । ତାରକା ପ୍ରଚାରକମାନେ ବିଭିନ୍ନ ସ୍ଥାନରେ ଜନସଭା ଓ ରୋଡ୍ ଶୋ କରି ନିଜ ନିଜର ଦଳ ପାଇଁ ଭୋଟ୍ ମାଗୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ପ୍ରଚାର କରିବେ । ବାରିପଦା , ବାଲେଶ୍ଵର ଓ କେନ୍ଦ୍ରାପଡାରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ବାରିପଦାରେ [...]

Admin•May 29, 2024
Share Article:

ଭୁବନେଶ୍ଵର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି ବିଭିନ୍ନ ଦଳ । ତାରକା ପ୍ରଚାରକମାନେ ବିଭିନ୍ନ ସ୍ଥାନରେ ଜନସଭା ଓ ରୋଡ୍ ଶୋ କରି ନିଜ ନିଜର ଦଳ ପାଇଁ ଭୋଟ୍ ମାଗୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ପ୍ରଚାର କରିବେ । ବାରିପଦା , ବାଲେଶ୍ଵର ଓ କେନ୍ଦ୍ରାପଡାରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ବାରିପଦାରେ ଦିନ ଗୋଟାଏରେ ବାରିପଦା ଛଉ ପଡିଆରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ। ପରେ ଅପରାହ୍ନ ୨ଟା ୩୦ରେ ବାଲେଶ୍ଵରରେ ମୋଦୀଙ୍କ ନିର୍ବାଚନୀ ସଭା ରହିଛି। ଶେ‌ଷରେ ଅପରାହ୍ନ ୪ଟା ୩୦ରେ କେନ୍ଦ୍ରାପଡାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୩ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

#Odia#Odisha#News
Share Article:

Related Articles