News Room Odisha
BREAKING
Odia

ଓଡ଼ିଶାକୁ ଅନୁଦାନ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ; କହିଲେ ‘ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ’

ଭୁବନେଶ୍ୱର – ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗରେ ବିଜେପି ସରକାର ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ର ଓଡ଼ିଶାରୁ ନେବାବେଳକୁ ଚତୁର୍ଭୁଜ , କିନ୍ତୁ ଦେବାବେଳକୁ ଖାଲି ହାତ ବୋଲି କହି ବିଜେପିକୁ ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ। ଏକ ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ଓଡ଼ିଶାରୁ ରାଜସ୍ବ ବାବଦରୁ କୋଟି କୋଟି ଟଙ୍କା ନେଉଛନ୍ତି କେନ୍ଦ୍ର ସରକାର। କିନ୍ତୁ ଓଡ଼ିଶାକୁ କେତେ ଦେଇଛନ୍ତି ବୋଲି ପଚାରିଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। [...]

Admin•May 29, 2024
Share Article:

ଭୁବନେଶ୍ୱର – ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗରେ ବିଜେପି ସରକାର ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ର ଓଡ଼ିଶାରୁ ନେବାବେଳକୁ ଚତୁର୍ଭୁଜ , କିନ୍ତୁ ଦେବାବେଳକୁ ଖାଲି ହାତ ବୋଲି କହି ବିଜେପିକୁ ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ। ଏକ ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ଓଡ଼ିଶାରୁ ରାଜସ୍ବ ବାବଦରୁ କୋଟି କୋଟି ଟଙ୍କା ନେଉଛନ୍ତି କେନ୍ଦ୍ର ସରକାର। କିନ୍ତୁ ଓଡ଼ିଶାକୁ କେତେ ଦେଇଛନ୍ତି ବୋଲି ପଚାରିଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। ଏଥିସହ ଧାନର ସର୍ବନିମ୍ନ ସହାୟକ ମୂଲ୍ଯ, ଜାତୀୟ ରାଜପଥର ଦୂରାବସ୍ଥା, ଦରଦାମ ନିୟନ୍ତ୍ରଣରେ ବିଫଳତା, ୨ କୋଟି ରୋଜଗାରର ପ୍ରତିଶ୍ରୁତି ସମେତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠାଇ ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି ପାଣ୍ଡିଆନ।

ବିଜେପି ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରେ ଅଛି ।୨୦୧୪ରେ ଯାହା ପ୍ରତିଶ୍ରୁତି ଦେଇଥିଲେ କିଛି ରଖିଲେନି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବେ ବୋଲି କହିଥଲେ । କିନ୍ତୁ ତାହା ହେଲାନି । ପ୍ରତିବର୍ଷ ୨ କୋଟି ରୋଜଗାର ଦେବେ କହିଥିଲେ, ଦେଲେନି ବୋଲି ପାଣ୍ଡିଆନ କହିଥିଲେ।  ପ୍ରତିବର୍ଷ ୨କୋଟି ହେଲେ, ଓଡ଼ିଶା ଭାଗରେ ୮୦ ଲକ୍ଷ ପଡ଼ିଥାଆନ୍ତା’‘୮୦ ଲକ୍ଷ ଦୂର କଥା ୮ ହଜାର ଲୋକଙ୍କୁ ବି ଚାକିରି ଦେଲେନି’ ‘ଓଡ଼ିଶାରୁ ପାଖାପାଖି ୬୦ରୁ ୭୦ ହଜାର କୋଟି ନେଉଛି କେନ୍ଦ୍ର ।

‘ଓଡ଼ିଶାକୁ ଦେଲା ବେଳକୁ ଦେଉଛନ୍ତି ୫ରୁ ୬ ହଜାର କୋଟି । କେନ୍ଦ୍ର ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ’ ବୋଲି କହି ପାଣ୍ଡିଆନ ସମାଲୋଚନା କରିଛନ୍ତି।

ପ୍ରଶ୍ନ କଲେ ରତ୍ନଭଣ୍ଡାର କଥା କହିବେ । ଅସଲ ପ୍ରସଙ୍ଗରୁ ଓହରିଯିବେ । ଓଡ଼ିଶାବାସୀ ଏସବୁ ଜାଣିଛନ୍ତି, ଜୁନ ୧ ତାରିଖରେ ଉତ୍ତର ଦେବେ ବୋଲି ପାଣ୍ଡିଆନ କହିଛନ୍ତି।

#Odia#Odisha#News
Share Article:

Related Articles