News Room Odisha
BREAKING
Odia

ସକାଳୁ ସକାଳୁ ପ୍ରଖର ତାତି, ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଉପରେ ୮ ସହର, ଭବାନୀପାଟଣା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ଆଜି ବି ରାଜ୍ୟର ପ୍ରବଳ ଖରା ଓ ଗୁଳୁଗୁଳି କରିବ ଅସ୍ତବ୍ୟସ୍ତ। ଅନେକ ସ୍ଥାନରେ ସକାଳୁ ସକାଳୁ ହିଁ ତାତି ଅନୁଭୂତ ହେଲାଣି। ବିଶେଷ କରି ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରାରେ ବୃଦ୍ଧି ହୋଇ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ସକାଳ ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା [...]

Admin•May 30, 2024
Share Article:

ଭୁବନେଶ୍ୱର – ଆଜି ବି ରାଜ୍ୟର ପ୍ରବଳ ଖରା ଓ ଗୁଳୁଗୁଳି କରିବ ଅସ୍ତବ୍ୟସ୍ତ। ଅନେକ ସ୍ଥାନରେ ସକାଳୁ ସକାଳୁ ହିଁ ତାତି ଅନୁଭୂତ ହେଲାଣି। ବିଶେଷ କରି ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରାରେ ବୃଦ୍ଧି ହୋଇ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ସକାଳ ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସକାଳ ସାଢେ଼ ୮ଟା ସୁଦ୍ଧା ଟିଟିଲାଗଡ଼ରେ ୩୮, ବଲାଙ୍ଗୀରରେ ୩୭.୪, ସୋନପୁରରେ ୩୬.୬,ଝାରସୁଗୁଡ଼ାରେ ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁର ୩୬.୨, ରାଉରକେଲା ଓ ବରଗଡ଼ରେ ୩୫.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ବୌଦ୍ଧରେ ୩୬, ସୁନ୍ଦରଗଡ଼ ୩୪ ଓ ତାଳଚେର ୩୪.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ।

#Odia#Odisha#News
Share Article:

Related Articles