News Room Odisha
BREAKING
Odia

ପଶ୍ଚିମରେ ପ୍ରଚଣ୍ଡ ତାତି : ଦିନ ସାଢେ ୨ ସୁଦ୍ଧା ଝାରସୁଗୁଡ଼ାର ତାପମାତ୍ରା ୪୬.୬ ଡିଗ୍ରୀ ସେଲସିୟସ

ଭୁବନେଶ୍ୱର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି। ଆଜି ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ତାତି ୪୬ ଡିଗ୍ରୀ ଅତିକ୍ରମ କରିଛି। ୪୬.୬ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ସାଢେ ୨ଟା ବେଳକୁ ରାଜ୍ୟର ଉତ୍ତପ୍ତ ସହର ଥିଲା। ସମ୍ବଲପୁରରେ ତାପମାତ୍ରା ଥିଲା ୪୫ ଦଶମିକ ୬ ଡିଗ୍ରୀ ସେଲସିୟସ। ହୀରାକୁଦରେ ୪୪.୫, ରାଉରକେଲାରେ ୪୩.୮ , କେନ୍ଦୁଝରରେ ୪୧.୪ [...]

Admin•May 30, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି। ଆଜି ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ତାତି ୪୬ ଡିଗ୍ରୀ ଅତିକ୍ରମ କରିଛି। ୪୬.୬ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ସାଢେ ୨ଟା ବେଳକୁ ରାଜ୍ୟର ଉତ୍ତପ୍ତ ସହର ଥିଲା। ସମ୍ବଲପୁରରେ ତାପମାତ୍ରା ଥିଲା ୪୫ ଦଶମିକ ୬ ଡିଗ୍ରୀ ସେଲସିୟସ। ହୀରାକୁଦରେ ୪୪.୫, ରାଉରକେଲାରେ ୪୩.୮ , କେନ୍ଦୁଝରରେ ୪୧.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ରାଜଧାନୀ ଭୁବନେଶ୍ବର ସମେତ ଅନ୍ୟ ଉପକୂଳ ସହରରେ ତାପମାତ୍ରା ଅପେକ୍ଷାକୃତ କମ୍ ରହିଥିଲେ ମଧ୍ୟ ଆର୍ଦ୍ରତା ଅଧିକ ରହିଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ରାଜଧାନୀରେ ସାଢେ ୨ଟା ବେଳକୁ ତାପମାତ୍ରା ଥିଲା ୩୬.୪ ଡିଗ୍ରୀ ସେଲସିୟସ।

#Odia#Odisha#News
Share Article:

Related Articles