News Room Odisha
BREAKING
Odia

ନିୟମିତ ଜାମିନ ପାଇଁ କେଜ୍ରିୱାଲଙ୍କ ଆବେଦନ, ଇଡିକୁ ନୋଟିସ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର (ମେ ୩୦) ରାଉଜ୍ ଆଭେନ୍ୟୁ କୋର୍ଟରେ ନିୟମିତ ଜାମିନ ଆବେଦନ କରିଛନ୍ତି। କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରି କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନୋଟିସ ଜାରି କରିଛନ୍ତି। ସ୍ୱତନ୍ତ୍ର ଜଜ୍ କାବେରୀ ବୱେଜା ଜୁନ୍ ୧ ସୁଦ୍ଧା ଜବାବ ଦାଖଲ କରିବାକୁ ଇଡିକୁ କହିଛନ୍ତି। ଡ଼ାକ୍ତରୀ ପରୀକ୍ଷା ପାଇଁ କେଜ୍ରିୱାଲ ଅନ୍ତରୀଣ ଜାମିନ ଏକ ସପ୍ତାହ ପାଇଁ ବୃଦ୍ଧି [...]

Admin•May 30, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର (ମେ ୩୦) ରାଉଜ୍ ଆଭେନ୍ୟୁ କୋର୍ଟରେ ନିୟମିତ ଜାମିନ ଆବେଦନ କରିଛନ୍ତି। କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରି କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନୋଟିସ ଜାରି କରିଛନ୍ତି। ସ୍ୱତନ୍ତ୍ର ଜଜ୍ କାବେରୀ ବୱେଜା ଜୁନ୍ ୧ ସୁଦ୍ଧା ଜବାବ ଦାଖଲ କରିବାକୁ ଇଡିକୁ କହିଛନ୍ତି।

ଡ଼ାକ୍ତରୀ ପରୀକ୍ଷା ପାଇଁ କେଜ୍ରିୱାଲ ଅନ୍ତରୀଣ ଜାମିନ ଏକ ସପ୍ତାହ ପାଇଁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ତାଙ୍କ ଆବେଦନ ଖାରଜ କରିଦେଇଥିଲେ।

ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା। ସୁପ୍ରିମକୋର୍ଟ ନିର୍ବାଚନ ପ୍ରଚାର ପାଇଁ ମେ ୧୦ରେ ତାଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ତାଙ୍କର ୨୧ ଦିନିଆ ଅନ୍ତରୀଣ ଜାମିନ ଅବଧି ଜୁନ୍ ୧ରେ ଶେଷ ହେଉଛି। ତାଙ୍କୁ ଜୁନ୍ ୨ରେ ଆତ୍ମସମର୍ପଣ କରିବାକୁ ପଡିବ।

#Odia#Odisha#News
Share Article:

Related Articles