News Room Odisha
BREAKING
Odia

୧୬ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ!

ଭୁବନେଶ୍ୱର – ରାଜ୍ୟର କିଛି ସ୍ଥାନରେ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୬ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ସୂଚନା ରହିଛି। ରାଉରକେଲାରେ ୧୦, ସୁନ୍ଦରଗଡ଼ରେ ୪ ଓ ଝାରସୁଗୁଡାରେ ୨ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଥିଲେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁଁ ଅସ୍ବାଭାବିକ ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। କିଛି ଅସୁସ୍ଥ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଣେ [...]

Admin•May 31, 2024
Share Article:

ଭୁବନେଶ୍ୱର – ରାଜ୍ୟର କିଛି ସ୍ଥାନରେ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୬ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ସୂଚନା ରହିଛି। ରାଉରକେଲାରେ ୧୦, ସୁନ୍ଦରଗଡ଼ରେ ୪ ଓ ଝାରସୁଗୁଡାରେ ୨ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଥିଲେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁଁ ଅସ୍ବାଭାବିକ ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। କିଛି ଅସୁସ୍ଥ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଣେ ଗ୍ରୀଷ୍ମ ଲହରୀ ଯୋଗୁଁ ସତର୍କ ରହିବା ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ପରାମର୍ଶ ଦେଇଛନ୍ତି।

#Odia#Odisha#News
Share Article:

Related Articles